ଋତୁସ୍ରାବ ସମୟରେ ଅସହ୍ୟ ଯନ୍ତ୍ରଣା ହେଉଥିଲେ ଖାଆନ୍ତୁ କିସମିସ୍, ମିଳିବ ଫାଇଦା
କିସମିସ୍ କହିଲେ ଆପଣଙ୍କୁ କ୍ଷୀରି ଓ ହାଲୱା କଥା ମନେ ପଡ଼ୁଥିବ ନିଶ୍ଚୟ। ପାଟିକୁ ସୁଆଦିଆ ଲାଗୁଥିବା ଏହି ଡ୍ରାଏ ଫ୍ରୁଟ୍ସ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ବେଶ ଫାଇଦା ମଧ୍ୟ ହୋଇଥାଏ। ଖାସ୍ କରି ମହିଳାଙ୍କୁ କିସମିସ୍ ବେଶ ପସନ୍ଦ ହୋଇଥାଏ। ଏଥିରେ ଥିବା ଭିଟାମନ୍ ମହିଳାଙ୍କ ଶରୀରରେ ଥିବା ବହୁ ସମସ୍ୟାକୁ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା କିସମିସ୍ ଖାଇବା ଦ୍ୱାରା ମହିଳାଙ୍କୁ କେଉଁ କେଉଁ ଫାଇଦା ମିଳିଥାଏ।
ଋତୁସ୍ରାବ ସମୟରେ ଲାଭଦାୟୀ କିସମିସ୍- ପିରିଅଡ଼ସ୍ ସମୟରେ ମହିଳାଙ୍କ ପାଇଁ କିସମିସ୍ ବେଶ ଲାଭଦାୟୀ ହୋଇଥାଏ। ଋତୁସ୍ରାବ ସମୟରେ କିସମିସ୍ ଖାଇବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହି ସମୟରେ କିସମିସ୍ ପାଣିରେ ବତୁରାଇ ବାଦାମ୍ ଓ କେଶର ସହ ଖାଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିବା ବହୁ ଲାଭ ମଧ୍ୟ ମିଳିଥାଏ।
ଦୂର କରେ ରକ୍ତହୀନତା :
ସାଧାରଣତଃ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ଓ ଏମେନିଆ ପରି ସମସ୍ୟା ଦେଖାଯାଇଥାଏ। କିସମିସରେ ବହୁଳ ପରିମାଣର ଆଇରନ ରହିଥିବାରୁ ଏହା ଶରୀରରେ ରକ୍ତ ସମସ୍ୟା ଦୂର କରିଥାଏ। କିସମିସ୍ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବଢିଥାଏ। ପ୍ରତ୍ୟେକ ଦିନ କିଛି ପରିମାଣର କିସମିସ୍ ଖାଇବା ଦ୍ୱାରା ଏମେନିଆ ସମସ୍ୟାରୁ ମୁକ୍ତି ମିଳିଥାଏ।
ହଜମ କରାଏ ଖାଦ୍ୟ :
କିସମିସ୍ ଖାଦ୍ୟକୁ ହଜମ କରାଇବାରେ ମଧ୍ୟ ସାହାଯ୍ୟ କରାଇଥାଏ। ଏଥିରେ ଭରପୂର ମାତ୍ରାରେ ଫାଇଭର ରହିଥିବାରୁ କିସମିସ୍ ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। କିସମିସକୁ ପାଣି ବତୁରାଇ ଖାଇବା ଦ୍ୱାରା ବଦହଜମି ପରି ସମସ୍ୟା ଦୂର ହୋଇଥାଏ । ଏହା ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରାଇବାରେ ସାହାଯ୍ୟ କରିଥାଏ।
ରୋଗ ପ୍ରତିରୋଧକ ଶକ୍ତି ବଢାଏ କିସମିସ :
କିସମିସରେ ଥିବା ଔଷଧୀୟ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାକୁ ଖାଇବା ଦ୍ୱାରା ସଂକ୍ରାମକ ରୋଗ ହେବାର ଆଶଙ୍କା କମ ରହିଥାଏ। ଭଜା କିସମିସ୍ ଖାଇବା ଦ୍ୱାରା ମହିଳା ସାଧାରଣତଃ ରୋଗରୁ ରକ୍ଷା ପାଇଥାଆନ୍ତି।
