ଶୀତଦିନେ ନ ଗାଧୋଇଲେ ମିଳେ ଏହି ୫ ଜବରଦସ୍ତ ଫାଇଦା, ଜାଣିଲେ ହୋଇଯିବେ ଖୁସି
ସାଧାରଣତଃ ଶୀତଦିନେ ସକାଳୁ ଗାଧୋଇବା ନା ଶୁଣିଲେ ଆମେ ସମସ୍ତେ ଡରିଯାଇଥାଉ କାରଣ ଶୀତଦିନେ ଥଣ୍ଡା କାରଣରୁ ଅନେକ ଲୋକ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ। ତେବେ ଯେଉଁମାନଙ୍କୁ ଶୀତଦିନେ ଗାଧୋଇବାକୁ ଡର ଲାଗେ ସେମାନଙ୍କ ପାଇଁ ଆମେ ନେଇଆସିଛୁ ଏକ ଖୁସିଖବର। ସାରା ବିଶ୍ଵର ସ୍କିନ ଏକ୍ସପର୍ଟସଙ୍କ କହିବା ଅନୁଯାୟୀ ପ୍ରତିଦିନ ଗାଧୋଇବା ଦ୍ୱାରା ଏହା ଆମର ସ୍କିନକୁ କ୍ଷତି ପହଂଚାଇଥାଏ। ଶୀତ ଋତୁରେ ପ୍ରତିଦିନ ନଗାଧୋଇଲେ କୌଣସି ସମସ୍ୟା ନାହିଁ।
ସାଧାରଣତଃ ଶୀତଦିନେ ସକାଳୁ ଗାଧୋଇବା ନା ଶୁଣିଲେ ଆମେ ସମସ୍ତେ ଡରିଯାଇଥାଉ କାରଣ ଶୀତଦିନେ ଥଣ୍ଡା କାରଣରୁ ଅନେକ ଲୋକ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ। ତେବେ ଯେଉଁମାନଙ୍କୁ ଶୀତଦିନେ ଗାଧୋଇବାକୁ ଡର ଲାଗେ ସେମାନଙ୍କ ପାଇଁ ଆମେ ନେଇଆସିଛୁ ଏକ ଖୁସିଖବର। ସାରା ବିଶ୍ଵର ସ୍କିନ ଏକ୍ସପର୍ଟସଙ୍କ କହିବା ଅନୁଯାୟୀ ପ୍ରତିଦିନ ଗାଧୋଇବା ଦ୍ୱାରା ଏହା ଆମର ସ୍କିନକୁ କ୍ଷତି ପହଂଚାଇଥାଏ।
ଶୀତ ଋତୁରେ ପ୍ରତିଦିନ ନଗାଧୋଇଲେ କୌଣସି ସମସ୍ୟା ନାହିଁ। ଓଲଟି ଏଥିଯୋଗୁ କିଛି ଫାଇଦା ମିଳିଥାଏ। କିନ୍ତୁ ଏ ସମ୍ପର୍କରେ ବହୁ ଲୋକଙ୍କର ଧାରଣା ନାହିଁ। ତେଣୁ ଯେଉଁମାନେ ଶୀତ ଦିନେ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ ସେମାନେ ଦୁଇ ତିନି ଦିନରେ ଥରେ ଗାଧୋଇବାରେ କୌଣସି ଅସୁବିଧା ନାହିଁ। ତା’ହେଲେ ଆସନ୍ତୁ ଜାଣିବା ଏଥିଯୋଗୁ କି ଲାଭ ମିଳିଥାଏ।
୧: ଶୀତଦିନେ ବହୁ ଲୋକ ଗାଧୋଇବା ପାଇଁ ଗରମ ପାଣି ବ୍ୟବହାର କରନ୍ତି। ଗରମ ପାଣି ଓ ସାବୁନ୍ ସ୍କିନ୍ର ମଶ୍ଚ୍ୟୋର୍କୁ ନଷ୍ଟ କରି ଦେଇଥାଏ। ଆଉ ଏହା ସ୍କିନ୍ ପାଇଁ ଭଲ ନୁହେଁ। ପ୍ରତିଦିନ ନଗାଧୋଇଲେ ସ୍କିନ୍ର ମଶ୍ଚ୍ୟୋର୍ ଲେବଲ୍ ଠିକ୍ ରହେ। ଦୁଇ ତିନି ଦିନରେ ଥରେ ଗାଧୋଇଲେ ସ୍କିନ୍ ଡ୍ରାଏନେସ୍ରୁ ହେଉଥିବା ବିଭିନ୍ନ ସମସ୍ୟାର ଆଶଙ୍କା କମ୍ ହୋଇଥାଏ।
୨: ଗାଧୋଇଲେ ତ୍ୱଚାରେ ବ୍ୟାକ୍ଟେରିଆଙ୍କର ବୃଦ୍ଧି ହୋଇନଥାଏ। କିନ୍ତୁ ତ୍ୱଚାରେ ଉଭୟ ଭଲ ଓ ଖରାପ ବ୍ୟାକ୍ଟେରିଆ ଥାଆନ୍ତି। ପ୍ରତିଦିନ ଗାଧୋଇବା ଦ୍ୱାରା ଖରାପ ସହିତ ଭଲ ବ୍ୟାକ୍ଟେରିଆ ମଧ୍ୟ ନଷ୍ଟ ହୋଇଯା’ନ୍ତି। ଏଣୁ ତ୍ୱଚା ସମ୍ୱନ୍ଧୀୟ ବିଭିନ୍ନ ସମସ୍ୟା ଦେଖାଦେଇଥାଏ।
ଶୀତଦିନେ ନ ଗାଧୋଇଲେ ମିଳେ ଏହି ୫ ଜବରଦସ୍ତ ଫାଇଦା, ଜାଣିଲେ ହୋଇଯିବେ ଖୁସି
୩: ଶୀତଦିନେ ଝାଳ କମ୍ ବାହାରିଥାଏ। ଏହା ସହିତ ମୋଟା ପୋଷାକ ପିନ୍ଧିବା କାରଣକୁ ତ୍ୱଚାକୁ ସୁରକ୍ଷା ମିଳିଥାଏ। ଏଥିପାଇଁ ଯଦି ଆପଣ ଦୁଇ କିମ୍ୱା ତିନି ଦିନ ଧରି ଗାଧୋଉନାହାନ୍ତି, ତଥାପି ତ୍ୱଚା ସଫା ରହିଥାଏ।
୪: ସେହିପରି ଗାଧୋଇବା ସମୟରେ ପ୍ରଦିଦିନ ଟାୱେଲ୍ରେ ତ୍ୱଚାକୁ ପୋଛିବା ଯୋଗୁଁ ତ୍ୱଚା ଶୁଷ୍କ ହୋଇଯାଏ ଓ କୁଣ୍ଡାଇ ହୁଏ।
୫: ଶୀତଋତୁରେ ପ୍ରତିଦିନ ନଗାଧୋଇଲେ ମଧ୍ୟ ଉଷୁମ ପାଣିରେ ପାଦ, ହାତ ଓ ମୁହଁକୁ ସଫା କରନ୍ତୁ ଓ କିଛି ଭଲ କ୍ରିମ୍ ବ୍ୟବହାର କରନ୍ତୁ।
