ବିବାହ ପାଇଁ ପାତ୍ର ମିଳୁନଥିଲେ ବାସ୍ତୁ ଅନୁସାରେ କରନ୍ତୁ ଏହି ୬ଟି ଉପାୟ ? ସମସ୍ୟାରୁ ପାଇବେ ମୁକ୍ତି, ଘରକୁ ଶୀଘ୍ର ଆସିବ ପ୍ରସ୍ତାବ
ବିବାହ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଏକ ମହତ୍ତ୍ବପୂର୍ଣ ସ୍ଥାନ ଅଧିକାର କରିଥାଏ। ବିବାହ ଅଚାନକ ହୋଇପାରେ। ଭଲ ଜୀବନ ସାଥୀ ବାଝିବା ମୁଣ୍ଡବିନ୍ଧାର କାରଣ ହୋଇପାରେ। ତଥାପି ପ୍ରତ୍ୟେକ ପୁଅ ଝିଅ ଭଲ ଜୀବନ ସାଥୀଟିଏ ପାଇବା ପାଇଁ ନିଜ ମନ ପ୍ରାଣ ସବୁ ଲଗାଇଦେଇଥାନ୍ତି। ଯେଉଁମାନଙ୍କର ଡେରିରେ ବାହାଘର ହୁଏ ସେହି ମାମଲାରେ ବ୍ୟକ୍ତି ତଥା ପରିବାରକୁ ସାମାଜିକ ଚାପ ତଥା ନାନା ପ୍ରକାର କଥା ଶୁଣିବାକୁ ପଡ଼ିଥାଏ। ଯାହାଦ୍ବାରା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଡେରିରେ ବାହା ହେବାର ସମୟକୁ ଯେଉଁ ବ୍ୟକ୍ତି ସାମ୍ନା କରୁଛନ୍ତି, ସେମାନଙ୍କ ପାଇଁ ବାସ୍ତୁ ଶାସ୍ତ୍ର ନିୟମ ନିହାତି ଜରୁରୀ।
ଆସନ୍ତୁ ଜାଣିବା ବିବାହ ପାଇଁ ବାସ୍ତୁ ନିୟମ :
ଏହା ସେମାନଙ୍କ ପାଇଁ ମଧ୍ୟ, ଯେଉଁମାନେ ପ୍ରଥମ ପ୍ରୟାସରେ ହିଁ ନିଜ ଜୀବନସାଥୀ ଖୋଜିବାରେ ସଫଳ ହୋଇଛନ୍ତି। ଭଲ ଜୀବନସାଥୀ ପାଇବା ପାଇଁ ହେଲେ ଘରର ବାସ୍ତୁ ଦୋଷକୁ ପ୍ରଥମେ ଖଣ୍ଡନ କରିବା ଦରକାର। ବାସ୍ତୁ ଏକ ବିଜ୍ଞାନ, ଯାହା ବ୍ୟକ୍ତିର ଆନ୍ତରିକ ଦରଜାକୁ ଉପରକୁ ଉଠାଇଥାଏ। ଏହାଦ୍ବାରା ଆକର୍ଷକ ବ୍ୟକ୍ତିତ୍ବର ମଧ୍ୟ ବିକାଶ ହୋଇଥାଏ।
ବିବାହ ପାଇଁ ବାସ୍ତୁ ନିୟମ :
ଠାକୁର ଘରର ଏକ କଳସ ବସାଇ ଦୀପ ଧୂପ ବୁଲାଇ ଦଶ ଦିଗପାଳ ଙ୍କୁ ପୂଜା ନୈବେଦ୍ୟ ଲଗାଇବା ଦ୍ୱାରା ଶୀଘ୍ର ବିବାହ ପ୍ରସ୍ତାବ ଘରକୁ ଆସିଥାଏ। ଘରେ ଗ୍ରହ ଶାନ୍ତି ପୂଜା କରିବା ଦ୍ୱାରା ପାପ ଗ୍ରହ ମାନେ ଶାନ୍ତ ହୁଅନ୍ତି ଫଳରେ ବିବାହ ଶୀଘ୍ର ହୋଇଯାଏ | ସୋମବାର ଦହି ଏବଂ କ୍ଷୀର ଦ୍ୱାରା ଭଗବାନ ଶିବଙ୍କ ଲିଙ୍ଗ କୁ ଅଭିଷେକ କରିବା ଦ୍ୱାରା ବିବାହ ସମ୍ବନ୍ଧୀୟ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ। ଭଗବାନ ଶିବଙ୍କୁ ନାଗନାଗୁଣୀ ଯାଚିବା ଏବଂ ଗଞ୍ଜେ- ଇ ଯାଚିବା ଦ୍ୱାରା ମଧ୍ୟ ମାନସିକ ଶୀଘ୍ର ପୂରଣ ହୋଇଥାଏ।
ବାସ୍ତୁ ଅନୁସାରେ ମୁଣ୍ଡରେ ତିଳକ ଲଗାଇବା ଦ୍ୱାରା ମଧ୍ୟ ଗ୍ରହ ମାନଙ୍କ ଉପରେ ସକାରାତ୍ମକ ଶକ୍ତି ପ୍ରଭାବ ପଡ଼ିଥାଏ। ଯାହା ଦ୍ୱାରା କି ଶୀଘ୍ର ବିବାହ ପ୍ରସ୍ତାବ ଘରକୁ ଆସିଥାଏ। ଅଶ୍ୱତ୍ଥ ବୃକ୍ଷରେ ଗୁରୁବାର ସକାଳେ ହଳଦିଆ ସୂତା ୭ ଘେରା କରି ବାନ୍ଧିବା ଦ୍ୱାରା ମଧ୍ୟ ଶୀଘ୍ର ଆପଣଙ୍କ ଜୀବନ ସାଥୀ ମିଳିଥାଏ। କୁହାଯାଏ ଯେ ସୂର୍ଯ୍ୟ ଉଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଏହି ବୃକ୍ଷରେ ମାତା ଲକ୍ଷ୍ମୀ ଏବଂ ନାରାୟଣ ବାସ କରିଥାନ୍ତି।
