ସାବଧାନ! ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇ ନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ
ନୂଆଦିଲ୍ଲୀ: ଆଜିକାଲି ପରିଚୟ ପତ୍ର ଓ ଆବାସିକ ପ୍ରମାଣ ଭାବରେ ଆଧାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର ଆଧାର କାର୍ଡ ସବୁବେଳେ ଅପଡେଟ୍ ରହିବା ଜରୁରୀ । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆପଣଙ୍କର ମୋବାଇଲ୍ ନମ୍ବରକୁ ଆଧାରରେ ଲିଙ୍କ୍ କରିବା । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆଧାର କାର୍ଡ ସହିତ ଆପଣଙ୍କର ମୋବାଇଲ୍ ନମ୍ବର ଲିଙ୍କ୍ କରିନାହାଁନ୍ତି, ତେବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ଆଧାରରେ ଯଦି ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ନାହିଁ, ତେବେ ଆପଣ ଆଧାର ନମ୍ବର ଯାଞ୍ଚ କରିବାରେ ସମର୍ଥ ହେବେ ନାହିଁ । ଏହା ବ୍ୟତୀତ ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ମଧ୍ୟ ଭେରିଫାଇ୍ ହୋଇପାରିବେ ନାହିଁ । ଆଧାରର ସଂସ୍ଥା ୟୁଆଇଡିଏଆଇ ମଧ୍ୟ ଲୋକଙ୍କୁ ଭର୍ଚୁଆଲ୍ ଆଇଡି ଜେନେରେଟ୍ କରିବାକୁ ସୁବିଧା ଦେଇଛି । ଯଦି ଆପଣଙ୍କର ମୋବାଇଲ୍ ନମ୍ବର ପଞ୍ଜିକୃତ ହୋଇନାହିଁ, ତେବେ ଆପଣ ମଧ୍ୟ ଏହି ସୁବିଧାର ଲାଭ ଉଠାଇବାକୁ ସମର୍ଥ ହେବେ ନାହିଁ । ଆହୁରି ମଧ୍ୟ ଆଧାର ପେପରଲେସ୍ ଅଫଲାଇନ୍ ଇ-କେୱାଇସି ମଧ୍ୟ ସମ୍ଭବ ହୋଇପାରିବ ନାହିଁ । ଏହା ବ୍ୟତୀତ ଆପଣ ଆପଣଙ୍କ ବାୟୋମେଟ୍ରିକ୍ ଲକ୍ କିମ୍ବା ଅନଲକ୍ କରିପାରିବେ ନାହିଁ ।
କିପରି କରିବେ ମୋବାଇଲ୍ ନମ୍ବର ପଞ୍ଜିକୃତ :
ଆଧାର ଏନରୋଲମେଣ୍ଟ କିମ୍ବା ଅପଡେଟ କେନ୍ଦ୍ରକୁ ଯାଆନ୍ତୁ ।
ଆଧାର ସଂଶୋଧନ ଫର୍ମ ପୁରଣ କରନ୍ତୁ ।
ଆପଣଙ୍କ ବର୍ତ୍ତମାନର ମୋବାଇଲ ନମ୍ୱର ପୂରଣ କରନ୍ତୁ, ଯାହାକୁ ଆଧାରରେ ଅପଡେଟ୍ କରାଯିବ ।
ଫର୍ମ ଜମା କରନ୍ତୁ ଏବଂ ପ୍ରମାଣ ପାଇଁ ଆପଣଙ୍କର ବାୟୋମେଟ୍ରିକ୍ସ ଦିଅନ୍ତୁ ।
ଆଧାର କର୍ମଚାରୀ ଆପଣଙ୍କୁ ଏହା ଉପରେ ଏକ ସ୍ୱୀକୃତି ସ୍ଲିପ୍ ଦେବେ ।
ସ୍ଲିପରେ ଅପଡେଟ୍ ଅନୁରୋଧ ନମ୍ବର (ଯୁଆରଏନ) ରହିଥାଏ ।
ଆଧାର ଅପଡେଟ୍ ସ୍ଥିତିକୁ ଟ୍ରାକ୍ କରିବାକୁ ଯୁଆରଏନର ବ୍ୟବହାର କରାଯାଇପାରିବ ।
