ଆବଶ୍ୟକ ପଡ଼ିଲେ ପୁଣି ବିଜେପି ସହ ମେଣ୍ଟ କରିବୁ : ଏସଏଡି ନେତା ବିକ୍ରମ ସିଂହ ମଜିଠିଆ
ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୨୦ ତାରିଖ ରବିବାର ଶେଷ ହୋଇଯାଇଛି ଭୋଟଗ୍ରହଣ। ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ଏହି ନିର୍ବାଚନର ଫଳାଫଳ। ଏଥର ରାଜ୍ୟର କେଉଁ ସରକାର ଘଧଳ ସରକାର ଗଠନ କରିବ ସେ ନେଇ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ଅଙ୍କ କଷା।ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ଲାଗି ମତଦାନ ଶେଷ ହେବା ପରେ ଏବେ ଫଳାଫଳ ଉପରେ ସବୁ ଦଳର ନଜର। ହେଲେ ସରକାର ଗଠନ କରିବା ପ୍ରସଙ୍ଗରେ କିଛି ଦିନ ପୂର୍ବେ ରାଜ୍ୟର ଜଣେ ଜଣାଶୁଣା ରାଜନେତା ରଖିଥିବା ବୟାନ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ହଟଚମଟ। ଆବଶ୍ୟକ ପଡ଼ିଲେ ପୁଣି ବିଜେପି ସହ କରିବୁ ମେଣ୍ଟ। ଏପରି ବୟାନ ରଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଶିରୋମଣି ଅକାଳୀ ଦଳ ଏସଏଡି ନେତା ବିକ୍ରମ ସିଂହ ମଜିଠିଆ । ଯିଏକି ରାଜ୍ୟର ଅମୃତସର ପୂର୍ବ ବିଧାନସଭା ଆସନରୁ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ଏସଏଡି ବିଧାୟକ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢୁଛନ୍ତି।
ଏନେଇ ପ୍ରତିକ୍ରିୟା ରଖି ମଜିଠିଆ ଯଦି ଏସଏଡି-ବିଏସପି ମେଣ୍ଟ ରାଜ୍ୟରେ ସରକାର ଗଠନ କରେ ତାହେଲେ ପଞ୍ଜାବ ବିଧାନସଭା ନିର୍ବାଚନ ପରେ ମଧ୍ୟ ବିଜେପି ସହ ମେଣ୍ଟ କରିବା ଉପରେ ପୁଣି ଥରେ ନିଷ୍ପତ୍ତି ନିଆଯିବ। ପଞ୍ଜାବର ଲୋକଙ୍କ ପାଇଁ ମୁଁ ସଂଗ୍ରାମ କରୁଛି। ଅମୃତସର ପୂର୍ବ ଆସନର ବିକାଶ ଆବଶ୍ୟକ। ସେଠାରେ ଗରିବ ଲୋକ ଅଛନ୍ତି ଯେଉଁମାନେ କଲ୍ୟାଣମୂଳକ ଯୋଜନା ପାଇ ନାହାଁନ୍ତି। ଏହା ସବୁଠାରୁ ପଛୁଆ। ସତ୍ୟର ଜୟ ହେବ।
ବିରୋଧି କଂଗ୍ରେସ ଉଦ୍ଦେଶ୍ୟରେ ଟାର୍ଗେଟ କରି ମଜିଠିଆ କହିଛନ୍ତି ଅହଂକାର ପରାଜିତ ହେବ। ଲୋକେ କଂଗ୍ରେସକୁ ପାଞ୍ଚ ବର୍ଷ ଧରି ଦେଖିଛନ୍ତି ହେଲେ ସେମାନେ କିଛି କରି ନାହାଁନ୍ତି। ପ୍ରତିଦ୍ୱନ୍ଦ୍ୱୀ ସିଦ୍ଧୁଙ୍କୁ ଉଦ୍ଦେଶ୍ୟରେ କଟାକ୍ଷ କରି ସେ କହିଛନ୍ତି ଯେ ଲୋକେ ତାଙ୍କର ଘୃଣ୍ୟ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ। କଂଗ୍ରେସ ନେତା ନିର୍ବାଚନରେ ପରାସ୍ତ ହେବେ। ଗତ ବର୍ଷ ଡିସେମ୍ବରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ବିକ୍ରମ ସିଂହ ମଜିଠିଆଙ୍କ ବିରୋଧରେ ଡ୍ରଗ୍ସ ସହ ଜଡି଼ତ ଏଖ ମାମଲା ରୁଜୁ କରିଥିଲେ। ହେଲେ ସୁପ୍ରିମକୋର୍ଟ ଅକାଳୀ ଦଳ ନେତାଙ୍କୁ ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଥିଲେ।
