ଆଇସିସି ମହିଳା ବିଶ୍ୱକପ୍ : ତିନି ଦିନରେ ଦ୍ୱିତୀୟ ଇତିହାସ ରଚିଲେ ମିତାଲି ରାଜ
ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପ୍ର ୧୦ମ ମ୍ୟାଚ ଶନିବାର ଖେଳାଯାଇଛି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ଅଧିନାୟକ ମିତାଲି ରାଜ ଏକ ବଡ଼ ରେକର୍ଡ କରିଛନ୍ତି। ହାମିଲଟନ୍ର ସେଡନ୍ ପାର୍କରେ ଟୁର୍ନାମେଣ୍ଟର ତୃତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ମନୋନୀତ ହୋଇଥିଲା। ଏଥିରେ ମିତାଲି ରାଜ, ମହିଳା ବିଶ୍ୱକପ ଇତିହାସରେ ଅଧିନାୟକ ଭାବରେ ସର୍ବାଧିକ ମ୍ୟାଚ ଖେଳିବାର ରେକର୍ଡ କରିଛନ୍ତି। ସେ ଅଷ୍ଟ୍ରେଲୀୟ ମହିଳା ଦଳର ପୂର୍ବତନ ଅଧିନାୟକ ବେଲିଣ୍ଡା କ୍ଲାର୍କଙ୍କୁ ପଛରେ ପକାଇ ଦେଇଛନ୍ତି।
ଆଇସିସି ମହିଳା ବିଶ୍ୱକପ୍ ୨୦୨୨ରେ ବର୍ତ୍ତମାନ ସୁଦ୍ଧା ଭାରତ ତିନୋଟି ମ୍ୟାଚ ଖେଳିଛି। ସେଥିମଧ୍ୟରୁ ଗୋଟିଏ ଜିତି ଥିବା ବେଳେ ଗୋଟିଏ ଜିତିଛି। ୱେଣ୍ଡଇଣ୍ଡିଜ ବିପକ୍ଷ ତୃତୀୟ ମ୍ୟାଚ ଜିତିବାକୁ ଦଳ ଲକ୍ଷ୍ୟ ରଖିଛି। ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୬୨ ରନ୍ ପରାଜିତ ହୋଇଥିଲା। ହରମାନପ୍ରୀତ କୌରଙ୍କ ୬୩ ବଲରେ ୭୧ ରନ ସଂଗ୍ରହ କରିବା ସତ୍ତ୍ୱେ ହାମିଲଟନର ସେଡନ ପାର୍କରେ ଭାରତ ବିଜୟ ହେବାରେ ବିଫଳ ହୋଇଥିଲା।
ଶନିବାର ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ ତାଙ୍କ ନେତୃତ୍ୱର ୨୪ତମ ମ୍ୟାଚ ଖେଳି ନୂଆ କୀର୍ତ୍ତିମାନ କରିଛନ୍ତି। କିନ୍ତୁ ଏଥିରେ ସେ କୌଣସି ବଡ ସ୍କୋର କରିବାରେ ସଫଳ ହୋଇନାହାନ୍ତି। ମିତାଲି ୧୧ଟା ବଲ ଖେଳି ମାତ୍ର ୫ ରନ କରିଛନ୍ତି, ଯେଉଁଥିରେ ଗୋଟିଏ ଚୌକା ରହିଛି। ହାଇଲେ ମାଥିଉଙ୍କ ବଲରେ ସେ କ୍ୟାଚ୍ ଆଉଟ ହୋଇଛନ୍ତି। ଏପର୍ଯ୍ୟନ୍ତ ମିତାଲି ୨୩ଟି ବିଶ୍ୱକପ ମ୍ୟାଚରେ ଭାରତୀୟ ଦଳରର ଅଧିନାୟକତ୍ୱ କରିଛନ୍ତି। ଯେଉଁଥିରେ ୧୪ଟି ବିଜୟ, ୮ଟି ପରାଜୟ ଏବଂ ଗୋଟିଏ ମ୍ୟାଚ ଡ୍ର ରହିଛି। ଅନ୍ୟପକ୍ଷରେ ଗୁରୁବାର ନ୍ୟୁଜିଲାଣ୍ଡ ବିପପକ୍ଷରେ ମଧ୍ୟ ମିତାଲି ଆଉ ଏକ ରେକର୍ଡ କରିଥିଲେ। ୩୯ ବର୍ଷିୟା ଏହି କ୍ରିକେଟର ଅଧିନାୟକ ଭାବେ ୧୫୦ତମ ଦିନିକିଆ ଖୋଳିଥିଲେ। ଭାରତକୁ ଯଦି ସେମିଫାଇନାଲ ପର୍ଯ୍ୟନ୍ତ ଯିବାର ଅଛି ତେବେ ବିଜୟଧାରା ବଜାୟ ରଖିବାକୁ ପଡିବ। କିନ୍ତୁ ଭାରତର ଗ୍ରୁପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଟିମ୍ ଅଛନ୍ତି। ଯାହା ଦଳ ପାଇଁ ଏକ ଚ୍ୟାଲେଞ୍ଜ ରହିବ।
