ଆଇସିସି ୟୁ-୧୯ ଗ୍ଲୋବାଲ ଟୁର୍ଣ୍ଣାମେଣ୍ଟ : ୫ବର୍ଷ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ତାଲିକାରେ ନାହିଁ ଭାରତର ନାମ
ନୂଆଦିଲ୍ଲୀ : ଆସନ୍ତା ପାଞ୍ଚ ବର୍ଷ ପାଇଁ ଆଇସିସି ତାର କାର୍ଯ୍ୟସୂଚୀ ଜାରି କରିଛି। ୧୯ ବର୍ଷରୁ କମ ଉଭୟ ମହିଳା ଓ ପୁରୁଷ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଘୋଷଣା କରାଯାଇଛି। ୨୦୨୪ରୁ ଇଭେଣ୍ଟ ଆରମ୍ଭ ହେବ। ୨୦୨୭ ମଧ୍ୟରେ ଦୁଇଟି ଦିନିକିଆ ଓ ଦୁଇଟି ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। କିନ୍ତୁ ଭାରତରେ କୌଣସି ଟୁର୍ଣ୍ଣାମେଣ୍ଟ ହେବ ନାହିଁ। ଯାହା ଭାରତୀୟ ଦର୍ଶକଙ୍କୁ ନିରାଶ କରିଛି।
ତେବେ ଏଥର ଆଇସିସିର ଏକାଧିକ ଇଭେଣ୍ଟରେ ଯୁଗ୍ମ ଆୟୋଜକ ଅଛନ୍ତି। ଆଇସିସିର ସିଡ୍ୟୁଲ ଅନୁସାରେ, ଶ୍ରୀଲଙ୍କାରେ ୟୁ୧୯ ମେନ୍ସ କ୍ରିକେଟ ବିଶ୍ୱକପ ୨୦୨୪ ଅନୁଷ୍ଠିତ ହେବ। ୨୦୨୬ରେ ଏହି ଟୁର୍ଣ୍ଣମାଣ୍ଟକୁ ମିଳିତ ଭାବେ ହୋଷ୍ଟ କରାଯିବ। ଏଥିପାଇଁ ଜିମ୍ବାୱେ ଓ ନାମିବିଆକୁ ଦାୟିତ୍ୱ ଦିଆଯାଇଛି। ୨୦୨୫ରେ ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ୱକପ ଖେଳାଯିବ। ଏହାକୁ ମାଲେସିଆ ଓ ଥାଇଲାଣ୍ଡ ମିଳିତ ଭାବେ ଆୟୋଜନ କରିବେ। ସେହିପରି ୨୦୨୬ରେ ହେବାକୁ ଥିବା ଆଇସିସି ୟୁ୧୯ ୱମେନ୍ସ କ୍ରିକେଟ ବିଶ୍ୱକପ ବାଂଲାଦେଶ ଓ ନେପାଳରେ ହେବ।
ICC announces hosts of U19 global events until 2027
— ANI Digital (@ani_digital) November 13, 2022
Read @ANI Story | https://t.co/7PmlPirT7C#ICC #U19GlobalEvents #JayShah #Cricket pic.twitter.com/tCbBSEkFMv
ଅନ୍ୟପଟେ ପୁରୁଷ ବିଶ୍ୱକପ ୨୦୨୭ର ଯୋଗ୍ୟତା ପାଇଁ ବାଟ ଫିଟିଛି। ଏଥିରେ ୧୪ଟି ଦଳ ସାମିଲ ହେବାକୁ ଥିବାବେଳେ ୧୦ଟି ଦଳି ସିଧାସଳଖ ଯୋଗ୍ୟତା ପର୍ଯ୍ୟାୟରେ ପହଞ୍ଚିବେ। ସେହି ଦଶଟି ଟିମ ମଧ୍ୟରୁ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ, ପୁରୁଷ ବିଶ୍ୱକପ ୨୦୨୭ ପାଇଁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି। ବଳକା ଅଠଟି ଦଳକୁ ଆଇସିସି ଏମଆରଏଫ ଟାୟାର୍ସ ଦିନିକିଆ ରାଙ୍କୀଙ୍ଗ ଅନୁସାରେ ଚୟନ କରାଯିବ। ଅନ୍ୟ ଚାରଟି ଦଳକୁ ଆଇସିସି ସିଡବ୍ଳ୍ୟୁସି ଗ୍ଲୋବାଲ କ୍ଵାଲିଫୟାର ସିରିଜ ମାଧ୍ୟମରେ ନିଜ ସ୍ଥାନ ପକ୍କା କରିବାକୁ ପଡିବ।
ସେହିପରି ଆଇସିସି ୱମେନ୍ସ କ୍ରିକେଟ ବିଶ୍ୱକପ ୨୦୨୪ ପାଇଁ ମଧ୍ୟ ୧୦ଟି ଯୋଗ୍ୟ ଟିମ ବଛାଯିବ। ଆଠଟି ଟିମ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ପ୍ରତ୍ୟେକ ଗ୍ରୁପର ଶୀର୍ଷ ତିନୋଟି ଟିମକୁ ଏଥିରେ ସାମିଲ କରାଯିବ। ଆୟୋଜକ ବାଂଲାଦେଶର ସ୍ଥାନ ଏକ ପ୍ରକାରର ୱମେନ୍ସ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ପକ୍କା ହୋଇଯାଇଛି। ବାଂଲାଦେଶକୁ ମିଶାଇ ୮ଟି ସିଧାସଳଖ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଥିବା ବେଳେ ଅନ୍ୟ ଦୁଇଟି ଦଳ ଆଇସିସି ୱମେନ୍ସ ଟି-୨୦ କ୍ରିକେଟ ବିଶ୍ୱକପ ଗ୍ଲୋବାଲ କ୍ଵାଲିଫୟାର ସିରିଜ ମଧ୍ୟରେ ନିଜ ସ୍ଥାନ ସୁନିଶ୍ଚିତ କରିବେ।
