ଆଇସିସି ଦିନିକିଆ ରାଙ୍କିଙ୍ଗ୍ : ଶୀର୍ଷ ସ୍ଥାନ ହରାଇଲା ନ୍ୟୁଜିଲାଣ୍ଡ, ଭାରତ ପାଖରେ ନମ୍ବର ୱାନର ସୁଯୋଗ
India's Mohammed Siraj (C) celebrates with teammates after taking the wicket of Sri Lanka's Kusal Mendis (not pictured) during the third and final one-day international (ODI) cricket match between India and Sri Lanka at the Greenfield International Stadium in Thiruvananthapuram on January 15, 2023. (Photo by Arun SANKAR / AFP) / ----IMAGE RESTRICTED TO EDITORIAL USE - STRICTLY NO COMMERCIAL USE-----
ନୂଆଦିଲ୍ଲୀ : ଭାରତ ଠାରୁ ୨-୦ରେ ଦିନିକିଆ ସିରିଜ୍ ହାରିବା ପରେ ଆଇସିସି ଦିନିକିଆର ଶୀର୍ଷ ସ୍ଥାନ ହରାଇଲା ନ୍ୟୁଜିଲାଣ୍ଡ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଭାରତ ଠାରୁ ୮ ୱିକେଟ୍ରେ ପରାସ୍ତ ହୋଇଛି। ଏହି ପରାଜୟ ସହ କିୱି ଦଳ ଦିନିକିଆର ଟପ୍ ଟିମ୍ ତାଲିକାରେ ଏକ ନମ୍ବର ସ୍ଥାନରୁ ଖସି ଦୁଇ ନମ୍ବର ସ୍ଥାନକୁ ଚାଲିଆସିଛି। ନ୍ୟୁଜିଲାଣ୍ଡର ପତନ ପରେ ଇଂଲଣ୍ଡ ଶୀର୍ଷ ସ୍ଥାନକୁ ଉଠିଲା ହୋଇଛି।
ତେବେ ଭାରତ ପାଖରେ ମଧ୍ୟ ନମ୍ବର ୱାନ୍ ହେବାର ସୁଯୋଗ ରହିଛି। ଯଦି ଟିମ୍-ଇଣ୍ଡିଆ ପୂରା ସିରିଜ୍ କ୍ଲିନ୍ସ୍ୱିପ୍ କରେ ତେବେ ଦିନିକି ତାଲିକାରେ ଏକନମ୍ବର ସ୍ଥାନକୁ ଯିବ। ସିରିଜ୍ର ତୃତୀୟ ମ୍ୟାଚ୍ ଭୋପାଳ ଇନ୍ଦୋରର ହୋଲକାର ଷ୍ଟାଡିୟମ୍ରେ ଖେଳାଯିବ। ବର୍ତ୍ତମାନ ଦିନିକିଆ ରାଙ୍କିଙ୍ଗରେ ଭାରତ ଓ ନ୍ୟୁଜିଲାଣ୍ଡ ପାଖରେ ୧୧୩ ପଏଣ୍ଟ ଲେଖାଏ ରହିଛି। ଆଉ ଯଦି ସିରିଜ ଶେଷ ମ୍ୟାଚ୍ ଭାରତ ଜିତିଲା ତେବେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନ ହରାଇ ତୃତୀୟକୁ ଆସିବ। ଭାରତ ଏକ ନମ୍ବର ହେବ ଓ ଇଂଲଣ୍ଡ ଦୁଇ ନମ୍ବରରେ ରହିବ।
ଭାରତ ସହ ଦିନିକିଆ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ୧୧୫ ପଏଣ୍ଟ ସହ ଓଡିଆଇ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଥିଲା। ସେହିପରି ଇଂଲଣ୍ଡ ୧୧୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୧୧୨ ପଏଣ୍ଟ ସହ ତୃତୀୟ ଓ ଭାରତ ୧୧୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିଲା। ହେଲେ ଉକ୍ତ ମ୍ୟାଚରେ ଭାରତ ଠାରୁ ୮ ୱିକେଟ୍ ବ୍ୟବଧାନରେ ହାରିବା ପରେ ନ୍ୟୁଜିଲାଣ୍ଡ ପଏଣ୍ଟ ହ୍ରାସ ହୋଇ ୧୧୩ ହୋଇଯାଇଛି। ଯଦି ଦଳ ସିରିଜର ପରବର୍ତ୍ତି ମ୍ୟାଚ୍ ବି ହାରିଲା ତେବେ ଏକାଥରକେ ଚତୁର୍ଥ ସ୍ଥାନକୁ ଖସି ଆସିବ।
ବର୍ତ୍ତମାନ ଭାରତ ପାଖରେ ଦିନିକିଆରେ ବି ନମ୍ବର ୱାନ୍ ହେବାର ସମ୍ଭାବନା ରହିଛି। କାରଣ ପୂର୍ବରୁ ଭାରତ ଟି-୨୦ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଟେଷ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି। ଟେଷ୍ଟରେ ଅଷ୍ଟ୍ରେଲିଆ ନମ୍ବର ୱାନ୍ ସ୍ଥାନରେ ରହିଛି।
