ସାମିଙ୍କ ଆକର୍ଷଣୀୟ ବୋଲିଂ : ୧୪୬ ରନ୍ ଲିଡ ସହ ଡ୍ରାଇଭର ସିଟ୍ରେ ଭାରତ
India's Mohammed Shami (R) celebrates after the dismissal of South Africa's Temba Bavuma (C) during the third day of the first Test cricket match between South Africa and India at SuperSport Park in Centurion on December 28, 2021. (Photo by Christiaan Kotze / AFP) (Photo by CHRISTIAAN KOTZE/AFP via Getty Images)
ସେଞ୍ଚୁରିଅନ୍: ସେଞ୍ଚୁରିଅନ୍ ଟେଷ୍ଟରେ ଭାରତକୁ ମିଳିଛି ବଡ଼ ଲିଗ୍। ଜବରଦସ୍ତ ବ୍ୟାଟିଂ ପରେ ଆକର୍ଷଣୀୟ ବୋଲିଂ ବଳରେ ଭାରତୀୟ ଟିମ୍ ଘରୋଇ ଦଳକୁ ପ୍ରଥମ ଇନିଂସରେ ୧୯୭ ରନରେ ଅଲଆଉଟ୍ କରିଦେଇଛି। ଏଥିସହ ଭାରତ ୧୩୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୩୨୭ ରନ୍ କରିଥିବା ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୧ ୱିକେଟ୍ ହରାଇ ୧୬ ରନ୍ କରିଛି। ଫଳରେ ଭାରତ ମୋଟ ୧୪୬ ରନର ଅଗ୍ରଣୀ ସହ ମଜଭୁତ୍ ସ୍ଥିତିରେ ରହିଛି।
ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ ଦ୍ବିତୀୟ ଇଂନିସରେ ଓରନର ମୟଙ୍କ ଅଗ୍ରୱାଲଙ୍କ ୱିକେଟ ହରାଇ ୧୬ ରନ୍ ସଂଗ୍ରହ କରିଛି । ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୪୬ ରନ୍ର ଲିଡ୍ ହାସଲ କରିଛି । ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇଂନିସରେ ୧୯୭ ରନ୍ରେ ଅଲଆଉଟ୍ କରିବା ପରେ ଭାରତ ୧୩୦ ରନ୍ର ଲିଡ୍ ହାସଲ କରିଥିଲା । ମାତ୍ର ଦ୍ବିତୀୟ ଇଂନିସରେ ଶୀଘ୍ର ପ୍ରଥମ ୱିକେଟ ହରାଇଛି । ଅଗ୍ରୱାଲ ୪ ରନ୍ କରି ମାର୍କୋ ଜେନସେନଙ୍କ ବଲ୍ରେ ୱିକେଟ କିପର ଡିକ୍କଙ୍କୁ କ୍ୟାଚ୍ ଦେଇଥିଲେ । ଅନ୍ୟତମ ଓପନର କେଏଲ ରାହୁଲ ୫ ରନ୍ ଓ ନାଇଟ୍ ୱାଚ୍ମ୍ୟାନ ଶାର୍ଦ୍ଦୁଳ ଠାକୁର ୪ ରନ୍ରେ ଅପରାଜିତ ରହିଛନ୍ତି । ପୂର୍ବରୁ ୨୭୨/୩ରୁ ତୃତୀୟ ଦିଳ ଖେଳ ଆରମ୍ଭ କରିଥିବା ଭାରତକୁ ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ୩୨୭ ରନ୍ରେ ଅଲଆଉଟ କରିଥିଲା । ମାତ୍ର ୫୫ ରନ୍ ମଧ୍ୟରେ ୭ଟି ୱିକେଟ ହରାଇଥିଲା ଭ୍ରମଣକାରୀ ଟିମ । କେଏଲ ରାହୁଲ ୨୬୦ ବଲ୍ରୁ ୧୨୩ ରନ୍ର ଶତକୀୟ ଓ ଅଜିଙ୍କ୍ୟ ରାହାଣେ ୪୮ ରନ୍ର୍ ଇଂନିସ ଖେଳିଥିଲେ । ଲୁଙ୍ଗି ନିଙ୍ଗିଡି ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ୬ଟି ଓ ରବାଡା ୩ଟି ୱିକେଟ ହାତେଇଥିଲେ ।
Stumps on Day 3 of the 1st Test.#TeamIndia 327 and 16/1, lead South Africa (197) by 146 runs.
— BCCI (@BCCI) December 28, 2021
Scorecard – https://t.co/eoM8MqSQgO #SAvIND pic.twitter.com/CZrptKnPi8
ଏହା ପୂର୍ବରୁ ପ୍ରଥମ ଦିବସରେ ଜବରଦସ୍ତ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆର ବ୍ୟାଟିଂ ସକାଳେ ପୂରା କୋଲାପ୍ସ କରିଥିଲା। ଲୁଙ୍ଗି ଏନଗିଡି ଓ କାଗିସୋ ରବାଡାଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ୩୨୭ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା। ହେଲେ ଆଜି ୫୫ ରନରେ ଭାରତ ତା’ର ଶେଷ ୭ ୱିକେଟ୍ ହରାଇଥିଲା। ଭାରତ ପକ୍ଷରୁ ଲୋକେଶ ରାହୁଲ୍ ୧୨୩ ଓ ଅଜିଙ୍କ୍ୟ ରାହାଣେ ୪୮ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ଏନଗିଡି ୬ଟି ଓ ରବାଡା ୩ଟି ୱିକେଟ୍ ହାସଲ କରିଥିଲେ।
