ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା
- ବାପ ଓ ଝିଅ ମୃତ, ସ୍ତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଜଗତସିଂହପୁର : ଜଗତସିଂହପୁର ଜିଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ସଦର ଥାନା ଅନ୍ତର୍ଗତ ଜୋତ ଗାଁରେ ଶନିବାର ସକାଳେ ଲୋକନାଥ ପାଳ ନାମକ ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ପତ୍ନୀ ଓ ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରି ଜୀବନ ହାରିଥିଲେ । ତେବେ ଏହି ଆକ୍ରମଣରେ ସ୍ତ୍ରୀ ଗୁରୁତର ଥିବା ବେଳେ ଝିଅର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅଭାବ ଅନାଟନ ପାଇଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।
ସୂଚନା ଯେ, ଲୋକନାଥ ପାଲ୍ ନିଜ ଧର୍ମପତ୍ନୀ କଳ୍ପନା ପାଲ୍ ଓ ଝିଅ ଲକି ପାଲକୁ ଶନିବାର ଭୋରୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହାଣି ନିଜେ ରସି ଲଗାଇ ଆତ୍ମହତ୍ୟା କରିଛି। ଗୁରୁତର କଳ୍ପନା ଓ ଲକିକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଝିଅ ଲକିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। କଳ୍ପନାଙ୍କ ଅବସ୍ଥା ଗୁରୁତର ଅଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅଭାବ ଅନାଟନ ପାଇଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଲୋକନାଥଙ୍କ ସ୍ତ୍ରୀଙ୍କୁ କଟକ ମେଡିକାଲରେ ଭର୍ତ୍ତି କରିଛନ୍ତି । କଣ ପାଇଁ ଲୋକନାଥ ଏପରି କଲେ ତାହା ସ୍ପଷ୍ଟ ହୋଇନାହିଁ । ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

