ବରଗଡ଼ ଉପକାରାଗାରରେ ବିପୁଳ ପରିମାଣର କଫ୍ ସିରପ୍ ଜବତ
ବରଗଡ଼ : ଟାଉନ୍ ଥାନା ପୋଲିସ ପକ୍ଷରୁ ବରଗଡ଼ ଉପକାରାଗାରରେ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ସେଠାରୁ ବିପୁଳ ପରିମାଣର କଫ୍ ସିରପ୍ ଜବତ ହୋଇଛି । ତେବେ ଜେଲ୍ ଭିତରକୁ ଏତେ ପରିମାଣର କଫ୍ ସିରପ୍ କିପରି ଆସିଲା ସେନେଇ ପୋଲିସ ପକ୍ଷରୁ ଅଧିକ ଛାନଭିନ୍ ଜାରୀ ରହିଛି ।
ବରଗଡ଼ ସବ୍ ଜେଲ୍ ପରିସରରୁ ବିପୁଳ ପରିମାଣରେ କଫ୍ ସିରଫ ଜବତ ହୋଇଛି। ଜେଲ୍ କର୍ମଚାରୀ ଆକାଶ ସିନ୍ଦିରୀୟାଙ୍କ ଜେଲ ପରିସରରେ ଥିବା ସରକାରୀ କୋଠାଘରରେ ପାଖାପାଖି ୧୫ରୁ ଊର୍ଦ୍ଧ୍ଵ ପେଟି କଫ୍ସିରଫ ଜବତ କରାଯାଇଛି। ଏନେଇ ଆକାଶ ସିନ୍ଦିରୀୟା ଓ ତାଙ୍କ ସ୍ତ୍ରୀଙ୍କୁ ଟାଉନ ଥାନା ପୁଲିସ ଅଟକ ରଖିଥିବା ଜଣାଯାଇଛି। ଜେଲ ଅଧିକାରୀ ଏ ଘଟଣା ବାବଦରେ କିଛି ସୂଚନା ଦେବା ପାଇଁ ମନା କରିଥିଲେ।
