ଆରମ୍ଭ ହେଉ ହେଉ ହୋହଲ୍ଲା : ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନର ଗୁରୁବାର ଦ୍ବିତୀୟ ଦିନ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସୂଚାନଯୋଗ୍ୟ ଯେ ହତ୍ୟା, ଗଣଦୁଷ୍କର୍ମ, ନାବାଳିକା ଚାଲାଣ, ମହିଳାଙ୍କୁ ଅସମ୍ମାନ, ଆଇନ ଶୃଙ୍ଖଳାର ଅବନତି, ଅପ୍ରସହ ରୋକିବାରେ ରାଜ୍ୟ ସରକାରଙ୍କ ନାହିଁ ନିୟନ୍ତ୍ରଣ ମୁଲତବୀ ପ୍ରସ୍ତାବ ବିରୋଧୀ ଦଳ ବିଜେପି ପକ୍ଷରୁ ଦିଆଯାଇଥିଲା । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି ।
ଆରମ୍ଭ ହେଉ ହେଉ ହୋହଲ୍ଲା । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ କରାଯାଇଛି । ପ୍ରଥମ ଦିନରେ ମଧ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗୃହକୁ ପଶାଇନଦେବା ଦାବିରେ କଂଗ୍ରେସ ବିଧାନସଭାର ୨ଟି ମୁଖ୍ୟ ଫାଟକରେ ଧାରଣାରେ ବସିଥିଲା । ସେପଟେ ବିଜେଡି ମଧ୍ୟ ରାଜଭବନ ନିକଟରେ କେନ୍ଦ୍ରର ଅବହେଳା ଦର୍ଶାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଆଜି ମଧ୍ୟ ବିଜେଡି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛି ।
