ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବ; ପଡିଆକୁ ଓହ୍ଲାଇଲେ ଭେଟେରାନ ଖେଳାଳି
କଟକ : ବିଶ୍ୱକପ ହକି ଉଦଘାଟନୀ ଉତ୍ସବକୁ ଅଧିକ ସ୍ମରଣୀୟ କରିବା ପାଇଁ ସତ୍ୟବ୍ରତ ଷ୍ଟାଡିୟମରେ ଭେଟେରାନ୍ ହକି ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର କେତେକ ଜାତୀୟ ସ୍ତରର ଖେଳାଳି ଅଂଶ ଗ୍ରହଣ କରି ସେମାନଙ୍କର କ୍ରୀଢା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଭେଟେରାନ ଖେଳାଳି ଓ ଯୁବକମାନଙ୍କୁ ନେଇ ପରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ଜାତୀୟ ସ୍ତରୀୟ ହକି ଖେଳାଳି ବିଶ୍ୱରଂଜନ ସାମଲ, ସୁସାନ୍ତ ପରିଜା, ଗୈାତମ ମାନ୍ତି, ବାସୁଦେବ ସାମଲ, ନାରାୟଣ ମହାନ୍ତି, ନିରଂଜନ ଗୈାଡ, ଲାଲବେଲ ଟୋପୋ, ମଙ୍ଗଲ ବସା, କୁମାର ନିଶାନ ଗୈାଡ, ଖଲିଦ ହୁସେନ, ବାଲକୁ ଜେସ୍ , ରାଜେଶ ବାର୍ଲା, ଲୁକାସ ମିଞ୍ଜ, ଜେମସ୍ ଡୁଙ୍ଗଡୁଙ୍ଗ, ସାଇମନ ବାର୍ଲା, ମନୋର ରୋସନ, ବିକାଶ ଟୋପୋ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
