ପୂର୍ବତଟ ରେଳପଥରେ କ୍ରୀଡ଼ା ଅଧିକାରୀ ଭାବେ ଯୋଗ ଦେଲେ ହକି ଖେଳାଳି ଅମିତ ରୋହିଦାସ
ଭୁବନେଶ୍ୱର : ଟୋକିଓ ଅଲମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି ହକିରେ ବ୍ରୋଞ୍ଜ ପତକ ଜିତିଥିବା ଭାରତୀୟ ଜାତୀୟ ପୁରୁଷ ହକି ଦଳର ପ୍ରମୁଖ ସଦସ୍ୟ ଅମିତ ରୋହିଦାସ ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବରେ ପୂର୍ବତଟ ରେଳପଥରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ପଶ୍ଚିମ ରେଳପଥ ମୁମ୍ବାଇ ଠାରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସ୍ଡି)/ କ୍ରୀଡ଼ା ପଦବୀରେ କାର୍ଯ୍ୟ କରୁଥିଲେ । ଭାରତୀୟ ହକି ଦଳ ୪୦ବର୍ଷ ପରେ ଅଲମ୍ପିକ୍ସରେ ପଦକ ଜିତିଥିଲା, ଶେଷରେ ପଦକ ୧୯୮୦ରେ ମସ୍କୋ ଅଲମ୍ପିକ୍ସରେ ହୋଇଥିଲା ।
ଅମିତ ରୋହିଦାସଙ୍କ ଏହି ନୂତନ ଯୋଗଦାନ ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ(ଇକୋର୍ସା)ର ସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଯୋଗଦାନ ନିଶ୍ଚିତ ଭାବରେ ସମସ୍ତ କ୍ରୀଡ଼ା ବିଭାଗରେ ଖେଳାଳୀଙ୍କୁ ଉତ୍ସାହିତ କରିବ ।
