ହିର୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳିତ
ଝାରସୁଗୁଡା : ଝାରସୁଗୁଡା ବ୍ଲକ ଅଧିନସ୍ଥ ହିର୍ମା ସରକାରୀ କ୍ରମୋନ୍ନତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବାର୍ଷିକ ଉତ୍ସବ ୨୦୨୨-୨୩ ତଥା ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇଯାଇଛି କ୍ଷ ଉତ୍ସବରେ ମୁଖ୍ୟ ଅତିଥିଭାବେ ସମାଜ ସେବୀ ଚାଷୀନେତା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ବଢ଼ାଇ ଯୋଗ ଦେଇଥିବା ବେଳେ ସମ୍ନାନିତ ଅତିଥି ହିର୍ମା ଗ୍ରାମପଞ୍ଚାୟତର ସରପଞ୍ଚ ଲଷ୍ମୀ ବାଦୀ, ବିଦ୍ୟାଳୟ ପରିଚାଳନା କମିଟୀର ଚେୟାର ପରସନ ମନୋରଞ୍ଜନ କଣ୍ଟା ଓ ମୁଖ୍ୟ ବକ୍ତା ଭାବେ ଖେରୁଆଲ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଧର୍ମେନ୍ଦ୍ର ସାହୁ ବରିଷ୍ଠ ଶିକ୍ଷକ ପ୍ରମୋଦଚନ୍ଦ୍ର ପାଢ଼ୀ ମଞ୍ଚାସୀନ ହୋଇଥିଲେ କ୍ଷ ପ୍ରଥମେ ଶିକ୍ଷୟତ୍ରୀ ତୃପ୍ତି ତନୟା ପଟ୍ଟନାୟକ ଅତିଥିଙ୍କ ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରି ମଞ୍ଚାସୀନ କରାଇଥିଲେ କ୍ଷ ଦୀପପ୍ରଜ୍ୱଳନ ସହ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ କ୍ଷ ବିଦ୍ୟାଳୟର ସଭାପତି ତଥା ପ୍ରଧାନ ଶିକ୍ଷକ ଜଗଦୀଶ କିସାନ ବାର୍ଷିକ ବିବରଣୀ ପଠନ କରିଥିଲେ କ୍ଷ ସମ୍ପାଦକ ତଥା ଶାରୀରିକ ଶିକ୍ଷା ଶିକ୍ଷକ ବଂଶୀଧର ପଶାୟତ ଙ୍କ ତ୍ୱତ୍ତକ୍ଷବଧାନରେ କାଯ୍ୟକ୍ରମ ସମ୍ପାଦନା ସହ ମଞ୍ଚ ପରିଚାଳନା ମଧ୍ୟ କରିଥିଲେ କ୍ଷ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ପୁରସ୍କାର ବିତରଣ କରାଯାଇଥିଲା କ୍ଷ ଜୁନିଅର ଗ୍ରୁପ ବାଳକ ବିଭାଗରେ ସିପୁନ ପ୍ରଧାନ, ବାଳିକା ବିଭାଗରେ ମଙ୍ଗଳା ଧୁରୁଆ, ସିନିୟର ଗ୍ରୁପ ବାଳକ ବିଭାଗରେ ସମୀର ମେହେର ଓ ବାଳିକା ବିଭାଗରେ ଅନୁଶ୍ରୀ ସାହୁ ଗ୍ରୁପ ଚମ୍ପିୟାନ ଟ୍ରଫି ସହ ସାର୍ଟିଫିକେଟ ଓ ବେଷ୍ଟ ଷ୍ଟୁଡାଣ୍ଟ ଅଫ ଦି ଇୟର ଦଶମ ଶ୍ରେଣୀ ଛାତ୍ରୀ ଦିବ୍ୟାଞ୍ଜଳୀ ଡ଼ିଲା ଙ୍କୁ ଟ୍ରଫି ସହ ମାନପତ୍ର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ କ୍ଷ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାଯ୍ୟକ୍ରମ ପରିବେଷଣ ହୋଇଥିଲା କ୍ଷ ମୁଖ୍ୟ ଆକର୍ଷଣ ପୁରାତନ ଛାତ୍ର ତଥା ହାସ୍ୟ କଳାକାର ଦର୍ମେନ୍ଦ୍ର ଡନସେନା ମନ ମୁଗ୍ଧକର ହାସ୍ୟ ଅଭିନୟ କରି ଦର୍ଶକ ମାନଙ୍କୁ ମନୋରଞ୍ଜନ କରିଥିଲେ କ୍ଷ ଶାରୀରିକ ଶିକ୍ଷା ଶିକ୍ଷକ ପଶାୟତ ସାର ସଂସ୍କୃତିକ କାଯ୍ୟକ୍ରମ ର ମଞ୍ଚ ପରିଚାଳନା କରି ଛାତ୍ରଛାତ୍ରୀ ଓ ଦର୍ଶକ ମାନଙ୍କୁ ଖୁସି କରାଇପାରିଥିଲେ କ୍ଷ ଶିକ୍ଷକ ସୁରଜ କୁମ୍ଭାର, ହେମାନନ୍ଦ କୁସୁମ ଓ ଦଶମ ଶ୍ରେଣୀ ଛାତ୍ରୀ ଗୀତିମୟୀ ପ୍ରଧାନ, ଦି୍ୱ୍ୟାଞ୍ଜଲୀ ଡ଼ିଲା ପରିଚାଳନାରେ ସହଯୋଗ କରିଥିଲେ କ୍ଷ ଶିକ୍ଷୟତ୍ରୀ ଅନୁପମା ସାହୁ, ଉମାକାନ୍ତି ଜଗତ, ସରସ୍ୱତୀ ଓରାମ, ତିଲୋତ୍ତମ ବରିହା, ଦୀପିକା ଭୋଇ ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କୃତିକ କାଯ୍ୟକ୍ରମ ପାଇଁ ପ୍ରସ୍ତୁତିରେ ସହଯୋଗ କରିଥିଲେ କ୍ଷ ସ୍କାଉଟ ଓ ଗାଇଡ, ଜୁନିଅର ରେଡ଼କ୍ରସ ଓ ସବୁଜ ବାହିନୀ ସ୍ୱେଛାସେବୀ ଛାତ୍ରଛତ୍ରୀ ଗଣ ସହଯୋଗ କରିଥିଲେ କ୍ଷ ଶେଷରେ ଶିକ୍ଷକ ସୁଧୀର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
