ମିଲିଟାରୀ ପରିବହନ ଓ ଯାତ୍ରୀବାହୀ ବିମାନ ନିର୍ମାଣ ଲାଗି ଆଗ୍ରହୀ ହାଲ୍
ନୂଆଦିଲ୍ଲୀ : ମିଲିଟାରୀ ପରିବହନ ଓ ଯାତ୍ରୀବାହୀ ବିମାନ ନିର୍ମାଣ ଲାଗି ଆଗ୍ରହୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍-ହାଲ୍। ଏନେଇ ଦେଶରେ ପଯର୍ୟାପ୍ତ ସୁଯୋଗ ରହିଛି ବୋଲି କହିଛନ୍ତି ହାଲ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଆର. ମାଧବନ୍। ଏରୋସ୍ପେଶ କ୍ଷେତ୍ରରେ ଦେଶର ସାମଥର୍ୟ ଓ ଘରୋଇ କଂପାନୀଙ୍କ ସହଯୋଗରେ ଏହି ଲକ୍ଷ୍ଯ ହାସଲ କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି।
ଦେଶରେ ଯେତିକି ଜ୍ଞାନକୌଶଳ ରହିଛି କେବଳ ପ୍ରତିରକ୍ଷା ପରିବହନ ନୁହେଁ, ଯାତ୍ରୀବାହୀ ବିମାନ ନିର୍ମାଣ ଲାଗି ବି ତାହା ଯଥେଷ୍ଟ ବୋଲି କହିଛନ୍ତି ମାଧବନ। ଭାରତରେ ଯାତ୍ରୀବାହୀ ବିମାନ ନିର୍ମାଣ ଲାଗି ଥିବା ସୁଯୋଗ ବିଦେଶୀ କଂପାନିଙ୍କୁ ଦେବାକୁ ଚାହୁଁନି ହଲ୍। ସେହିପରି ପ୍ରତିଯୋଗିତାରେ ମଧ୍ୟ ପଛରେ ପଡିବାକୁ ଚାହୁଁନି। ତେଣୁ ଦେଶରେ ମିଲିଟାରୀ ଟ୍ରାନସ୍ପୋର୍ଟ ଏୟାରକ୍ରାଫ୍ଟ ନିର୍ମାଣ କାଯର୍ୟକ୍ରମ ଆରମ୍ଭ କରିବା ଲାଗି ହାଲ୍ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଭାରତୀୟ ବାୟୁସେନାକୁ ସୁପାରିଶ କରାଯାଇଛି।
