ନନ୍ଦନକାନନରେ ହିମାଳୟ ଅଞ୍ଚଳର ଭାଲୁର ମୃତ୍ୟୁ
ଭୁବନେଶ୍ୱର : ନନ୍ଦନକାନନରେ ଅଘଟଣ । ହିମାଳୟ ଅଞ୍ଚଳର ଭାଲୁର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ମୋତି ନାମକ ହିମାଳୟ ଅଞ୍ଚଳର ଏକ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୋତିର ମୃତ୍ୟୁ ପରେ ହିମାଳୟ ଅଞ୍ଚଳର ଭାଲୁଙ୍କ ସଂଖ୍ୟା ୫କୁ ହ୍ରାସ ପାଇଛି।
ସୂଚନା ଯେ, ଗତ ୨୦୧୩ ମସିହା ସେପ୍ଟେମ୍ବର ମାସରେ ରାଞ୍ଚି ଚିଡ଼ିଆଖାନାରୁ ମୋତିକୁ ନନ୍ଦନକାନନ ଅଣାଯାଇଥିଲା। ଗତ ଦୁଇ ମାସ ହେଲା ମୋତି ବାର୍ଦ୍ଧକ୍ୟଜନିତ ରୋଗବ୍ୟାଧିରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲା।
