ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମାମଲାରେ ହସ୍ତକ୍ଷେପ କରିବେନି ହାଇକୋର୍ଟ
ଭୁବନେଶ୍ୱର : ଅଭିନେତା ବାବୁସାନ ,ପତ୍ନୀ ଓ ପ୍ରକୃତି ମିଶ୍ର ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୂରଙ୍କ ବିରୋଧରେ ପ୍ରକୃତି କରିଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ । ସମ୍ପୃକ୍ତ ମାମଲାରେ ଡିସିପି ନିଷ୍ପତି ନେବେ ବୋଲି କୋର୍ଟ କହିଛନ୍ତି । ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁର ତାଙ୍କୁ ଆକ୍ରମଣ କରିଥିବା ନେଇ ପ୍ରକୃତି ଅଭିଯୋଗ କରି ଏତଲଶ ଦେଇଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରକୃତି ।
