ଦିଲ୍ଲୀରେ ପ୍ରବଳ ବର୍ଷା, ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ
- ଆଗାମୀ ୨୪ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ପ୍ରବଳ ବର୍ଷା। ଫଳରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ଆହୁରି ପ୍ରବଳ ବର୍ଷା ହେବାର ଆଶଙ୍କା ନେଇ ଭାରତୀୟ ପାଣିପାଗ ବିଭାଗ କହିଛି । ଏଥି ପାଇଁ ପାଣିପାଗ ବିଭାଗ ଦିଲ୍ଲୀ ପାଇଁ ଅରେଂଜ ଆଲର୍ଟ ଜାରି କରିଛି । ଆଜି ଦିନ ତମାମ ରହିରହିବର୍ଷା ହୋଇପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ, ଏନସିଆର-ଗୁରୁଗ୍ରାମ, ମାନେସର, ଫରୀଦାବାଦ, ବଲ୍ଲଭଗଡ଼, ତୋଶାମ, ଭିୱାନୀ, ଝଜ୍ଜର, ନାରନୌଲ, ମହେନ୍ଦ୍ରଗଡ଼, କୋସଲି ଅଂଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ।
#WATCH: Rain lashes parts of Delhi; early morning visuals from Minto Bridge. pic.twitter.com/GyLZADGhxY
— ANI (@ANI) September 1, 2021
ଦିଲ୍ଲୀ ଏବଂ ଏହାର ଉପକଣ୍ଠରେ ବୁଧବାର ସକାଳୁ ପ୍ରବଳ ବର୍ଷା ହୋଇଛି । କଳାବାଦଳ ସହିତ ବର୍ଷା ହୋଇଛି । ସକାଳ ୮ଟା ପର୍ଯ୍ୟନ୍ତ ଲୋକଙ୍କୁ ସୂର୍ଯ୍ୟ ଦେଖାଯାଇନାହିଁ । ସଡ଼କରେ ଯାନବାହାନ ଚଳାଚଳ ହ୍ରାସ ପାଇଛି । ରାଜଧାନୀର ଏକାଧିକ ଅଂଚଳ ଜଳାର୍ଣ୍ଣବ ହୋଇଛି । ବର୍ଷା କାରଣରୁ ଏମ୍ସଫ୍ଲାଇଓଭର, ହୟାତ ହୋଟେଲ ନିକଟ ରିଂରୋଡ, ସାବିତ୍ରୀ ଫ୍ଲାଇଓଭର, ମହାରାଣୀ ବାଗ, ଧୌଳା କୁଆରୁ ୧୧ ମୂର୍ତ୍ତି ରାସ୍ତା, ଶାହାଜାନ ରୋଡ, ଆଇଟିଓର ଡବ୍ଲ୍ୟୁ ପଏଣ୍ଟ, ଲାଲା ଲାଜପତ ରାୟ ମାର୍ଗ ଏବଂ ମୂଳଚନ୍ଦ ଅଣ୍ଡରପାସ ନିକଟରେ ଜଳାର୍ଣ୍ଣବ ହୋଇଛି । ଫଳରେ ଲୋକଙ୍କୁ ଯାତାୟତରେ ଅସୁବିଧା ହୋଇଛି ।
