ଆଜି ଶ୍ରୀମନ୍ଦିରରେ ପ୍ରବଳ ଗହଳି ବଡ଼ଦାଣ୍ଡରେ ରାସ୍ତା ଟ୍ରାଫିକ ଜାମ
ପୁରୀ : ଦୁର୍ଗାପୂଜା ମହାଷ୍ଟମୀ ଠାରୁ ତୁହାକୁ ତୁହା ବର୍ଷା ହୋଇଥିବାରୁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ତଥା ଦେବୀ ଦର୍ଶନ କରିବାରେ ବାଧା ସୃଷ୍ଟି ହୋଇଥିଲା । ଆଜି ପାଗ ଭଲ ଥିବାରୁ ବଡ଼ଦାଣ୍ଡକୁ ଶହ ଶହ ଚାରିଚକିଆ ଗାଡ଼ି ଓ ବାଇକ ପ୍ରବେଶ କରିବା ଫଳରେ ମେଡ଼ିକାଲଛକ ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଅସମ୍ଭବ ଭିଡ଼ ଦେଖିବକେୁ ମିଳିଥିଲା । ଶହ ଶହ ଅଟୋ ମାର୍କେଟ ଛକରେ ରହୁଥିବାରୁ ତାହା ମାର୍କେଟ ଛକ ନହୋଇ ଅଟୋ ଷ୍ଟାଣ୍ଡ ଛକ କରିବା ପାଇଁ ସାଧାରଣରେ ଚର୍ଚ୍ଚା ହେଉଛି । ଅଟୋ ଗୁଡ଼ିକ ମାର୍କେଟଛକ ବଡ଼ଦାଣ୍ଡ ଉପରେ ମୋଡ଼ ପରିବର୍ତନ କରୁଥିବାରୁ ବାଇକ ଓ ପଦଯାତ୍ରୀମାନେ ମନ୍ଦିର ଆଡ଼କୁ ଯିବାରେ ବାଧା ସୃଷ୍ଟି ହେଉଥିବା ପରିଲଖିତ ହୋଇଛି । ମାର୍କେଟ ଛକରେ ଟ୍ରାଫିକ ପୋଲିସ ଥିଲେ ମଧ୍ୟ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବା ଦେଖିବାକୁ ମିଳୁଛି । ବଡ଼ଦାଣ୍ଡ ଜାତୀୟ ରାଜପଥ ବାଟରେ ହାଟ ବଦୁଥିବାରୁ ସଙ୍କୁଚିତ ହେବାରେ ଲାଗିଛି । ହଜାର ହଜାର ଶ୍ରଦ୍ଧାଳୁ ଆଜି ବହୁ କଷ୍ଟରେ ଗାଡ଼ି ରଖି ଶ୍ରୀମନ୍ଦିର ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।
