ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ମାମଲା, ଝାରସୁଗୁଡ଼ାରେ ୧୪୪
ଲଇକେରା : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ମାମଲା । ମୃତ୍ୟୁ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମ୍ପୃକ୍ତି ଥିବା ଭାଜପା ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଝାରସୁଗୁଡା ଥାନା ସମ୍ମୁଖ ସମେତ ସହରାଞ୍ଚଳର ଝଣ୍ଡା ଛକରୁ ଧର୍ମଶାଳା ଛକ ପର୍ୟ୍ୟନ୍ତ ଧାରା ୧୪୪ ଲାଗୁ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଆଜି ସକାଳ ୬ ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ସମଗ୍ର ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ସୂଚନା ଦେଇଛି ।
ଏ ନେଇ ଜିଲା ଭାଜପା ତରଫରୁ ଝାରସୁଗୁଡା ଥାନା ସମ୍ମୁଖରେ ଆଜି ସକାଳ ୯ ଟା ରୁ ଦିନ ୧ଟା ପର୍ଯ୍ୟନ୍ତ ଧାରଣା କାର୍ଯ୍ୟକ୍ରମ ଥିବାବେଳେ ସମାନ୍ତର ଭାବେ ବିଜେଡି ନେତା ତାପସ ରାୟ ଚୌଧୁରୀଙ୍କ ନେତୃତ୍ୱରେ ଝାରସୁଗୁଡା ସଚେତନ ନାଗରିକ ମଞ୍ଚ ତରଫରୁ ଦେବାର୍ଚ୍ଚନ ସାହୁଙ୍କ ଦ୍ୱାରା ବିଜେପି ନେତାଙ୍କ ବିରୁଦ୍ଧରେ ଦେଇଥିବା ଲିଖିତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ବିଜେପି ନେତାଙ୍କ ଗିରଫ ଦାବି ଓ ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନ ଦାବି ନେଇ ଝାରସୁଗୁଡା ପୋଲିସ ଷ୍ଟେସନ ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ।
