ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସଚେତନତା କର୍ମଶାଳା ଉଦଘାଟିତ
ବାରିପଦା : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ପ୍ରାୟ ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସଚେତନତା ଶିବିର ଉଦଘାଟିତ ହୋଇ ଯାଇଛି ଓ କୃଷ୍ଣଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡ଼ ମହେଶ୍ୱର ମାଝୀ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ବରିଷ୍ଠ ଶିକ୍ଷକ ବଳରାମ ନାଥ ତଥା ଡ଼. ଶଶୀଧର ବିଶ୍ୱାଳ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଏହି ଶିବିରର ଶୁଭ ଉଦଘାଟନ କରିଥିଲେ ।
ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ଓ ଆରୋଗ୍ୟ, ଲିଙ୍ଗଗତ ସମାନତା, ସୁସ୍ଥ ଜୀବନଶୈଳୀ, ପୁଷ୍ଟିକର ଖାଦ୍ୟ ଓ ପରିଷ୍କାର ପରିଛନତା ଉପରେ ଆଲୋଚନା ହେବ ବୋଲି ଡ଼. ମାଝୀ ଆଲୋକପାତ କରିବା ସହ ପରବର୍ତୀ ସମୟରେ ବାରିପଦା ବ୍ଲକର ସମସ୍ତ ବିଦ୍ୟାଳୟର ଦୁଇ ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯିବ ବୋଲି କହିଥିଲେ । ସାଧନ କର୍ମୀ ଡ଼. ଶୁଭଙ୍କର ଦାସ, ଡ଼. ଅଭିଜିତ ରାଉତ, କିଶୋର କୁମାର କବି, କଲ୍ୟାଣଶିଷ ଦାସ ଓ ବିଦ୍ୟାଧର ପରିଡା ପ୍ରମୁଖ ଆଲୋଚନାରେ ମୁଖ୍ୟ ଭୂମିକା ଅଂଶ ଗ୍ରହଣ କରିବେ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆୟୁଷ୍ମାନ ଭାରତର ଲକ୍ଷ୍ୟ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ବିଦ୍ୟାଳୟ ପାଠ୍ୟ କ୍ରମରେ ସପ୍ତାହରେ ଗୋଟିଏ ଦିନ ଦୁଇ ଘଣ୍ଟା ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବେ ଓ ସେଥିପାଇଁ ପ୍ରତ୍ୟେକ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ନେବେ ଓ ମୌସୁମୀ କର ଓ ଲଳିତ ରଞ୍ଜନ ଦାସ ଶିବିର ପରିଚାଳନାରେ ସହାୟତା କରିଥିଲେ ଓ
