ହେତୁବାଦୀଙ୍କ ବିରୋଧରେ ଟାଉନଥାନାରେ ଏତଲା
ପୁରୀ : ରାଜ୍ୟ ଶାକଦ୍ୱୀପ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ପୁରୀ ଜିଲ୍ଲା ଶାଖା ପକ୍ଷରୁ ସୂର୍ଯ୍ୟପରାଗ ଦିନ କିଛି ହେତୁବାଦୀ ଆମିଷ ଖାଦ୍ୟ ବଂଟନ କରିଥିଲେ ହିନ୍ଦୁ ନୀତି ନିୟମ ନମାନି ଦେବନୀତି ଓ ପାକନୀତି ପାଳନ କରିନଥିଲେ । ହେତୁବାଦୀ ସଂଗଠନର ପ୍ରତାପ ରଥ,ଦେବେନ୍ଦ୍ର ସୂତାର ଓ ଅନ୍ୟ କେତେକ ସଦସ୍ୟ ଜ୍ୟୋତିଷଶାସ୍ତ୍ରକୁ ଭଣ୍ଡ ଶାସ୍ତ୍ର କହିବା ସହ ବ୍ରାହ୍ମଣଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଆଗାମୀ ଚନ୍ଦ୍ରଗ୍ରହଣ ଦିନ ମଧ୍ୟ ବିରିଆନି ଓ ଚିକେନ ଖାଇବା ପାଇଁ ଅପପ୍ରଚାର କରୁଛନ୍ତି । ଏହା ଜ୍ୟୋତିଷଶାସ୍ତ୍ର ଓ ହିନ୍ଦୁ ସମାଜ ପାଇଁ ଘୋର ଅପମାନ ଏହି ଅପସଂସ୍କୃତି ପ୍ରଚାରମାନଙ୍କୁ ଗିରଫ କରିବା ପାଇଁ ଅନୁଷ୍ଠାନର ସଭାପତି କବିରାଜ ମହାପାତ୍ର ଓ ସଂପାଦକ ଟାଉନଥାନରେ ଅଭିଯୋଗ କରିଛନ୍ତି ।
