ପଲ୍ସର ଆତଙ୍କ ! ବସାୟୀଙ୍କ ଠାରୁ ଝାମ୍ପି ନେଲେ ୧୭ଲକ୍ଷ ୫୦ହଜାର ଟଙ୍କା
ଫୁଲବାଣୀ : ପୁଣି ପଲ୍ସର ବାଇକ ଆତଙ୍କ । ବାଇକରେ ଆସି ସ୍ପଷ୍ଟ ଦିବା ଆଲୋକରେ ଜଣେ ବ୍ୟବସାୟୀଙ୍କ ଠାରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ ।
ସୂଚନା ଯେ, ଗୁମାସ୍ତା ସହ ଟଙ୍କା ଜମା ପାଇଁ ବାଇକ୍ରେ ସମ୍ପୃକ୍ତ ବ୍ୟବସାୟୀ ଆସୁଥିଲେ। ପଲ୍ସର ବାଇକ୍ରେ ୨ ଲୁଟେରା ଆସି ଆକ୍ସିସ ବ୍ୟାଙ୍କ ପାଖରୁ ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଝାମ୍ପି ନେଇଛନ୍ତି। ବ୍ୟାଗରେ ୧୭ଲକ୍ଷ ୫୦ହଜାର ଟଙ୍କା ଥିବାର ଜଣାପଡିଛି ।
