ଚତରା ଜଙ୍ଗଲରେ ଏନକାଉଣ୍ଟର, ୫ ନକ୍ସଲ ନିହତ
ରାଞ୍ଚି : ଝାଡଖଣ୍ଡ ପୋଲିସକୁ ବଡ଼ ସଫଳତା। ସୋମବାର ଝାଡ଼ଖଣ୍ଡ ଚତରା ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୫ ନକ୍ସଲ ନିହତ । ଗୁଳିବିନିମୟରେ ମୃତ ନକ୍ସଲମାନଙ୍କ ମଧ୍ୟରେ ଗୌତମ ପାସୱାନ ଓ ଚାର୍ଲି ରହିଥିବା ଜଣାପଡିଛି । ମୃତକଙ୍କ ଉପରେ ଝାଡ଼ଖଣ୍ଡ ପୋଲିସ ପୁରସ୍କାର ରଶି ଘୋଷଣା କରିଥିଲେ ।
ସୂଚନା ଯେ, ଝାଡଖଣ୍ଡର ଚତରାରେ ସ୍ଥାନୀୟ ପୋଲିସ ଓ ସିଆରପିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ପୋଲିସ ସହ ଗୁଳିବିନିମୟରେ ୫ ନକ୍ସଲ ନିହତ ହୋଇଥିଲେ। ନିହତ ୨ ନକ୍ସଲଙ୍କ ନାଁରେ ୨୫ ଲକ୍ଷ ଟଙ୍କା ଓ ଅନ୍ୟ ୩ ନକ୍ସଲଙ୍କ ନାଁରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଥିଲା। ସେମାନଙ୍କ ନିକଟରୁ ଏକେ-୪୭ ମଧ୍ୟ ଜବତ କରାଯାଇଛି। ଏହାସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ମଧ୍ୟ ପୁଲିସ ତଲାସି ଅଭିଯାନ ଜାରି ରହିଛି।
