ହଜାରିବାଗ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା ଜିଲ୍ଲା ପ୍ରସାଶନର ସହଯୋଗରେ ବାରିପଦାରେ ପହଂଚିଲେ ତୀର୍ଥଯାତ୍ରୀ
ବାରିପଦା : ମୟୁରଭଞ୍ଜ ରୁ ବାରଣାସୀ କୁ ଯାଇଥିବା ଏକ ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡ ରାଜ୍ୟର ହଜାରିବାଗ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବାରୁ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିରୁ ୨ଜଣ ତାଳଚେର ଅଞ୍ଚଳର ହୋଇଥିବା ବେଳେ ୨ଜଣ ମୟୁରଭଞ୍ଜ ଜିଲ୍ଲାର ତୀର୍ଥଯାତ୍ରୀ ମୃତାହତ ହୋଇଥିଲେ । ସେଥି ମଧ୍ୟରୁ ଜଣେ ବାରିପଦା ପାଲବଣି ଅଞ୍ଚଳର ଏବଂ ଜଣେ ବଡସାହି ଅଞ୍ଚଳର ବୋଲି ଜଣା ଯାଇଛି । ବହୁ ଲୋକ ଅହତ ମଧ୍ୟ ହୋଇଥିଲେ । ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହିତ ଝାରଖଣ୍ଡ ସରକାରଙ୍କ ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ । ତେବେ ଆଜି ମୟୁରଭଞ୍ଜର ତୀର୍ଥଯାତ୍ରୀ ମାନଙ୍କୁ ଏବଂ ୨ଜଣଙ୍କର ଶବକୁ ବାରିପଦା ଅଣାଯାଇଥିବା ବେଳେ, ପ୍ରୟାସ ହଲ ଠାରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲା ପ୍ରସାଶନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ରିଷିକେଶ ଦ୍ୟାନଦେଓ ଖିଲାରୀ ଉପସ୍ଥିତ ରହିବା ସହିତ ବିଧାୟକ ସୁଦାମ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୁର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ତୀର୍ଥଯାତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ମୃତାହତ ମାନଙ୍କର ଶବକୁ ତାଙ୍କ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ, ଆହତ ମାନଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ଏବଂ ସମସ୍ତଙ୍କୁ ଘରେ ପହଂଚାଇବାର ସୁବନ୍ଦୋବସ୍ତ ଜିଲ୍ଲା ପ୍ରସାଶନ ପକ୍ଷରୁ କରାଯାଇଛି ।
