ଇଡି ଜାଲରେ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ଙ୍କ ଭଉଣୀ ହସିନା ପର୍କର
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାଲରେ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ଙ୍କ ଭଉଣୀ ହସିନା ପର୍କର । ଇଡି ପକ୍ଷରୁ ତାଙ୍କ ଘରେ ରେଡ୍ ମରାଯାଇଛି । କେବଳ ହସିନା ପାର୍କର ନୁହେଁ ଡି’ କମ୍ପାନୀ ସହ ଜଡିତ ବିଭିନ୍ନ ସ୍ଥାନ ଓ ଅନ୍ୟ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଆଜି ସକାଳୁ ଘନ ଘନ ଚଢ଼ାଉ ଜାରି ରଖିଛି । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ବିରୋଧରେ ନିକଟରେ ଦାଏର ହୋଇଥିବା ମାମଲାକୁ ନେଇ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସକାଳୁ ତାଙ୍କ ଭଉଣୀ ହସିନା ପାରିକରଙ୍କ ମୁମ୍ବାଇ ସ୍ଥିତ ଘରେ ରେଡ ଆରମ୍ଭ କରିଛି ଇଡି ।
ମନି ଲଣ୍ଡରିଂ ମାମଲାରେ ଇଡି କରୁଥିବା ଚଢଉ ଘେରରେ ମୁମ୍ବାଇର ଜଣେ ରାଜନେତା ମଧ୍ୟ ସାମିଲ ଥିବା ମଧ୍ୟ ଜଣାପଡିଛି । ଯଦିଓ ଦାଉଦଙ୍କ ଭଉଣୀ ହସିନାଙ୍କର ଦେହାନ୍ତ ହୋଇସାରିଛି ତଥାପି ତାଙ୍କ ବାସଭବନରେ ରେଡ୍ ହୋଇଛି । ମୁମ୍ବାଇରେ ଏକ କାଳୀନ ୧୦ଟି ସ୍ଥାନରେ ଇଡି ରେଡ୍ କରିଛି । ସୂଚନାମୁତାବକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସ୍ୱତନ୍ତ୍ର ରୂପେ ମିଳିଥିବା କିଛି ଗୁଇନ୍ଦା ସୂଚନାରୁ ଏବଂ ୧୯୯୩ରେ ହୋଇଥିବା ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମ୍ ବିରୋଧରେ ଏନ୍ଆଇଏ ଦ୍ୱାରା ରୁଜୁ ପ୍ରାଥମିକ ମାମଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଚାଲିଛି । ତେବେ ଏହି ମାମଲାରେ ଆଜି ଜଣଙ୍କୁ ଇଡି ମୁମ୍ବାଇରୁ ଗିରଫ କରିଛି । ସୂଚନା ମୁତାବକ, ୧୯୮୦ରେ ଦାଉଦ ଭାରତ ଛାଡି ବିଦେଶରେ ଏକ ବିଶାଳ ବାଣିଜ୍ୟିକ ସାମ୍ରାଜ୍ୟ ସ୍ଥାପନ କରିଛି । ନିକଟରେ ଦାଉଦ ଇବ୍ରାହିମ ଦ୍ୱାରା ନିୟନ୍ତ୍ରିତ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ସଂଗଠିତ ଅପରାଧ ସିଣ୍ଡିକେଟର ଉପସ୍ଥିତି ପଞ୍ଜାବରେ ମିଳିଥିଲା, ଯାହା ପଞ୍ଜାବରେ ଆତଙ୍କ ବିସ୍ତାର କରୁଥିବା ନେଇ ସୂଚନା ମିଳିଛି ।
