ବିଧାନସଭାରେ ହଙ୍ଗାମା : ୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବି
ଭୁୁବନେଶ୍ୱର : ଆଜି ପୁଣି ଗୃହ ମୁଲତବି । ଗୃହ ଆରମ୍ଭରୁ ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଖଣି ଦୁର୍ନୀତିକୁ ପ୍ରସଙ୍ଗ କରି କଂଗ୍ରେସ ବିଧାୟକ ଗୃହରେ ହଟ୍ଟଗୋଳ କରିଛନ୍ତି । କଂଗ୍ରେସର ହଟ୍ଟଗୋଳ ପରେ ଗୃହକାର୍ଯ୍ୟକୁ ମୁଲତବି ରଖାଯାଇଥିବା ଜଣାପଡିଛି । ଏହାକୁ ନେଇ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲବତୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ଜେନା ।
ସୂଚନା ମୁତାବକ, ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା କଂଗ୍ରେସ । ହେଲେ ବାଚସ୍ପତି ମୁଲତବି ପ୍ରସ୍ତାବ ଗ୍ରହଣ ନକରିବାରୁ କଂଗ୍ରେସ ଦଳର ବିଧାୟକମାନେ ପ୍ରଶ୍ନକାଳ ସମୟରେ ହଙ୍ଗାମା କରିବା ଆରମ୍ଭ କରିଥିଲେ । ଏହା ପରେ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକମାନେ ନାରାବାଜି କରିଥିଲେ ।
