ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାୟଗଡା : ରାୟଗଡାର ସୁନ୍ଦରୀସାହିରେ ମଙ୍ଗଳବାର ଜଣେ ଯୁବକ ଓ ଯୁବତୀର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଯେ, ସୁନ୍ଦରୀ ସାହିରେ ଥିବା ଏକ ଘର ଭିତରେ ଦମ୍ପତିଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି ।
ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ଅନୁସନ୍ଧାନରୁ ମୃତ ଯୁବକ ଜଣକ ଜଣେ ଦେଶୀ ହୋଇଥିବାବେଳେ ମୃତ ଯୁବତୀର ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ସେପଟେ ମୃତ ଯୁବତୀର ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଘଟଣାର ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି ।
