ହେୟାର ଷ୍ଟାଇଲର ମିଲନ ଯାଦବଙ୍କ ଦେହାନ୍ତ; ହୃଦୟସ୍ପର୍ଶୀ ନୋଟ୍ ସେୟାର କଲେ ଅକ୍ଷୟ
ମୁମ୍ବାଇ: ଇମୋସ୍ନାଲ ହୋଇଗଲେ ବଲିଓଡର ଖିଲାଡି କୁମାର ଅକ୍ଷୟ। ଭାଙ୍ଗି ଗଲା ତାଙ୍କର ହୃଦୟ। ସୁପରଷ୍ଟାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଦୁଃଖଦ ଖବର ସେୟାର କରିଥିଲେ। ଖିଲାଡି କୁମାର ତାଙ୍କ ହେୟାର ଷ୍ଟାଇଲର (କେଶ ସଜାଉ ଥିବା କର୍ମଚାରୀ) ମିଲାନ ଯାଦବଙ୍କ ଦେହାନ୍ତ ହୋଇଥିବା କହିଛନ୍ତି। ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମିଲନ ଅକ୍ଷୟ କୁମାରଙ୍କ ହେୟାର ଷ୍ଟାଇଲର ଭାବେ କାମ କରିଥିଲେ। ମିଲନଙ୍କୁ ମନେ ପକାଇ କଟପୁତଲି ଷ୍ଟାର ତାଙ୍କ ଇନଷ୍ଟାରେ ଏକ ହୃଦୟସ୍ପର୍ଶୀ ନୋଟ୍ ସେୟାର କରିଥିଲେ।
ସୋମବାର ଅକ୍ଷୟ କୁମାର ତାଙ୍କ ହେୟାର ଡ୍ରେସର ମିଲନ ଯାଦବଙ୍କ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଅକ୍ଷୟ ତାଙ୍କ ଅଫିସିଆଲ ଟ୍ୱିଟର ଓ ଇନଷ୍ଟାଗ୍ରାମରେ ତାଙ୍କ ହେୟାର ଷ୍ଟାଇଲର ମିଲନ ଯାଦବଙ୍କ ସହିତ ଏକ ଫଟୋ ପୋଷ୍ଟ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି “ତୁମେ ତୁମର କୈତୁକିଆ ହେୟାର ଷ୍ଟାଇଲ ଏବଂ ଆକର୍ଷଣୀୟ ହସ ପାଇଁ ଭିଡ଼ ଭିତରୁ ଅଲଗାଥିଲ। ସର୍ବଦା ମୋର ଗୋଟିଏ କେଶ ଅସଜଡା ନହେଉ ବୋଲି ତୁମେ ସୁନିଶ୍ଚିତ କର। ମିଲାନ ଯାଦବ ୧୫ ବର୍ଷରୁ ଅଧିକ ସମୟ ମୋର ହେୟାର ଡ୍ରେସର ଥିଲେ। ତଥାପି ତୁମେ ଆମକୁ ଛାଡିଛ ବୋଲି ବିଶ୍ୱାସ ହେଉନାହିଁ … ମୁଁ ତୁମକୁ ମିସ୍ କରିବି ମିଲାନୋ। ଓମ୍ ଶାନ୍ତି।”
ଅକ୍ଷୟ କୁମାରଙ୍କ ସୋସିଆଲ ମିଡିଆ ପୋଷ୍ଟ ଆସିବା ମାତ୍ରେ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ମିଲନକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଯୁବାବସ୍ଥାରେ ମିଲନଙ୍କ ଦେହାନ୍ତ ହୋଇଛି। ତେବେ ଅକ୍ଷୟ କୁମାର ତାଙ୍କର ମୃତ୍ୟୁର କାରଣ କହିନାହାନ୍ତି। ୨୦୧୯ରେ ମିଲନ୍ ନିଜ ଫେସବୁକ୍ ପେଜରେ ଅକ୍ଷୟ ତାଙ୍କ ସେଲୁନକୁ ଆସିଥିବା ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ଅକ୍ଷୟ ସେଲୁନରେ ପ୍ରବେଶ କରି ମିଲନ ଓ ଅନ୍ୟମାନଙ୍କୁ ଅଭିବାଦନ ଜଣାଇଥିଲେ। ସେ ଲେଖିଥିଲେ, ‘ଅକ୍ଷୟ ସାର୍ ମୋର ବସ୍ ମିଲାନୋରେ ଥିବା ମୋର ସେଲୁନରେ ଆସିଛନ୍ତି।’ ୨୦୧୭ରେ, ସେ ନିଜ ଇନଷ୍ଟାଗ୍ରାମ ପେଜରେ ଅକ୍ଷୟଙ୍କ ସହ ଏକ ଫଟୋ ସେୟାର କରି ଲେଖିଥିଲେ, ‘ମିଲାନୋ ସହିତ ମୋ ବସ ଅକ୍କି ସାର।’
ୱାର୍କ ଫ୍ରଣ୍ଟ ବିଷୟରେ କହିଲେ ଅକ୍ଷୟଙ୍କୁ ରଜନୀତ୍ ତିୱାରୀଙ୍କ ନିର୍ଦ୍ଦେଶିତ କଟପୁତଲିରେ ଦେଖିବାକୁ ମିଳିବ। ଅକ୍ଷୟଙ୍କ ସହ ରାକୁଲ ପ୍ରୀତ ସିଂ ଏବଂ ସରଗନ୍ ମେହେତାଙ୍କ ଅଛନ୍ତି। ଏହି ଫ୍ଲିଲ୍ମ ୨୦୧୮ ତାମିଲ୍ ଚଳଚ୍ଚିତ୍ର ରାଟାସାନର ରିମେକ୍। ଏହାକୁ ବକ୍ସ ଅଫିସରେ ଏକ ମିଶ୍ରିତ ରିସେପ୍ସନ୍ ମିଳିଛି। ବର୍ତ୍ତମାନ ଅକ୍ଷୟ ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରେ ଫସିଛନ୍ତି। ସେ ଓଏମଜି-୨ରେ ଦେଖାଯିବେ। ଏହି ଫିଲ୍ମରେ ୟାମି ଗୌତମ ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ନଜର ଆସିବେ। ଏହା ବ୍ୟତୀତ Major General Ian Cardozoଙ୍କ ବାୟୋପିକ, Selfiee, Bade Miyan Chote Miyan, Capsule Gill ଓ Ram Setu ଭଳି ଫିଲ୍ମ ପାଇଁ ସାଇନ କରିଛନ୍ତି।
