ପିତା ହେବେ ଗୁରୁମିତ, ସୋସିଆଲ ମିଡିଆରେ ଦେଲେ ସୂଚନା
ମୁମ୍ବାଇ : ଅଭିନେତା ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜି ପିତାମାତା ହେବାକୁ ଯାଉଛନ୍ତି । ଅଭିନେତା ଗୁରୁମିତ ନିଜେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି । ଗୁରୁମିତ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘ବର୍ତ୍ତମାନ ଆମେ ଦୁଇରୁ ତିନି ହେବାକୁ ଯାଉଛୁ । ୟୁନିୟର ଚୌଧୁରୀ ଆସିବାକୁ ଯାଉଛି । ତୁମ ସମସ୍ତଙ୍କ ଆଶୀର୍ବାଦ ଆବଶ୍ୟକ ।
ତେବେ ଏହି ଫଟୋରେ ଦେବିନା ଏକ ମିନି ସ୍କର୍ଟ ପିନ୍ଧଥିବାର ନଜର ଆସିଛନ୍ତି । ଏହି ସମୟରେ, ସେ ତାଙ୍କ ବେବି ବମ୍ପ ମଧ୍ୟ ନଜର ଆସିଛି । ଦୁହେଁ ତାଙ୍କ ପିଲାଙ୍କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଏହି ଖୁସି ଖବର ପରେ, ବର୍ତ୍ତମାନ ଦେବିନା ଏବଂ ଗୁରୁମିତଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିବ । ଏକ ୱେବ୍ ଡ୍ରାମାରେ ଦୁହେଁ ଏକାଠି କାମ କରିବେ । ଯାହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।
