କଟକରେ ଗଣେଶ ପୂଜା ପାଇଁ ଗାଇଡଲାଇନ୍ ଜାରି
କଟକ : ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି କଲା କଟକ ମହାନଗର ନିଗମ। ପୂଜା ପାଇଁ ମଣ୍ଡପ ଗୁଡିକୁ କମିସନରେଟ ପୁଲିସ ଠାରୁ ନେବାକୁ ହେବ ଅନୁମତି। ସିଏମସି ଗାଇଡଲାଇନ ଅନୁଯାୟୀ, ଆବଦ୍ଧ ପରିବେଶ ମଧ୍ୟରେ ହେବ ପୂଜା। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସର୍ବସାଧାରଣ ଦର୍ଶନକୁ ନିଷେଧ କରାଯାଇଛି।
Guidelines to be followed for Ganesh Puja festivity in #Cuttack city (CMC Area) pic.twitter.com/wTBRf1YKIZ
— CMC,Cuttack (@CMCCuttack) August 31, 2021
ତେବେ କଟକ ସହରରେ ପ୍ରତିବର୍ଷ ବେଶ୍ ଧୁମଧାମ୍ରେ ଗଣେଶ ପୂଜା ହୋଇଆସୁଥିବା ବେଳେ ଗତ ବର୍ଷ କରୋନା ପାଇଁ ଫିକା ପଡିଥିଲା ଉତ୍ସାହ । ଚଳିତ ବର୍ଷ ମଧ୍ୟ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ଜାରି ରହିଛି ତେଣୁ ସଂକ୍ରମଣ ଦୃଷ୍ଟିରୁ କଟକ ଗଣେଶ ପୂଜା ପାଇଁ କଟକ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । କଟକ ସହରରେ ମଣ୍ଡପ ଓ ପେଣ୍ଡାଲ ମାନଙ୍କରେ ପୂଜା ପାଇଁ କଟକ ଡିସିପଙ୍କ ଠାରୁ ଅନୁମତି ଜରୁରୀ ରହିଛି । ସହରରେ କେବଳ ପରମ୍ପରା ବଜାୟ ରଖିବା ପାଇଁ ସିଏମସି ପକ୍ଷରୁ ପୂଜା ପାଇଁ ଅନୁମତି ଦିଆଯାଇଛି । ଅନ୍ୟପଟେ ପୂଜାରେ ଡିଜେ, ଲାଇଟ୍ ଓ ଅନ୍ୟାନ ସାଜସଜା ଉପରେ କଟକଣା ଲଗାଯାଇଛି । ପୂଜା ମଣ୍ଡପ ଗୁଡିକରେ ତିନି ପାଶ୍ୱର୍ ବନ୍ଦ ରଖି କେବଳ ଗୋଟିଏ ପାଶ୍ୱର୍ ଖୋଲା ରଖି ପୂଜା କରାଯିବ । ଗୋଟିଏ ପାଶ୍ୱର୍ ଦେଇ କେବଳ ପଣ୍ଡିତ ଓ ପୂଜାରେ ସାମିଲ ହେବା ପାଇଁ ଅନୁମତି ମିଳିଥିବା ମଣ୍ଡପ କର୍ତ୍ତୁପକ୍ଷଙ୍କୁ ଭିତରକୁ ପ୍ରବେଶ ଅନୁମତି ରହିବ । ମଣ୍ଡପ ଓ ଅନ୍ୟ ପେଣ୍ଡାଲ ଗୁଡିକରେ ସାଧାରଣ ଦର୍ଶନ କୁ ବାରଣ କରାଯାଇଥିବା ବେଳେ ଅନ୍ୟାନ ସାଂସ୍କୃତିକ ଓ ମନୋରଞ୍ଜନ ଭିତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ମଣ୍ଡପ ଗୁଡିକରେ ପୂଜକ ଓ କର୍ତ୍ତାଙ୍କୁ ମିଶାଇ କେବଳ ୬ ଜଣ ଲୋକଙ୍କୁ ଅନୁମତି ଦିଆଯିବ । ତେବେ ଚଳିତ ବର୍ଷ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଇଁ ଅନୁମତି ମିଳିଛି । କେବଳ ମାତ୍ର ପରମ୍ପରା ବଜାୟ ରଖିବା ପାଇଁ ଶିକ୍ଷାନୁଷ୍ଠାନ ଗୁଡିକରେ ୨୦ ଜଣଙ୍କୁ ନେଇ ପୂଜା ଆୟୋଜନ ହୋଇପାରିବ । ଅନ୍ୟପଟେ ଗଣେଶ ପୂଜାରେ ସାଧାରଣ ଭୋଜି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଥିବା ବେଳେ ବିସର୍ଜନ ଶୋଭାଯାତ୍ରା ମଧ୍ୟ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ସିଏମସି । କେବଳ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇପାରିବ ।
