ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟୀ ଦାଣ୍ଡବୋଷ ଗ୍ରାମରେ ଐତିହ୍ୟ ସ୍ମାରକୀ ପିଠ ର ଉନ୍ନତିକରଣ ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା ଭୂମି ପୂଜନ
ବାରିପଦା : ଆଦିବାସୀ ସାନ୍ତାଳୀ ସମାଜର ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମମାଟି ଓ ସମାଧିସ୍ଥଳ ଦାଣ୍ଡବୋଷ ଗ୍ରାମକୁ ଐତିହ୍ୟ ସ୍ମାରକୀ ପୀଠ ଓ ପବିତ୍ର ତିର୍ଥ ଭୂମିରେ ପରିଣତ କରିବା ପାଇଁ ୍ୱହୁ ପଦକ୍ଷେପ ନେଇଛନ୍ତି । ଆଜି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ରାଇରଙ୍ଗପୁର ଗସ୍ତରେ ଆସି ଦାଣ୍ଡେ୍ୱାଷ ଗ୍ରାମକୁ ଯାଇ ପଣ୍ଡିତ ଘୁନାଥ ମୁର୍ମୁଙ୍କ ସମାଧିସ୍ଥଳ ନିକଟବର୍ତି ଦୁଇଟି ସ୍ଥାନରେ ଭୂମି ପୂଜନ କରିଥିଲେ ।ପରେ ଏକ ସଭା କାର୍ଯ୍ୟକ୍ରମରେ ସେ ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ସମାଜର ଆଇନ ।ଜଣେ ସାରସ୍ୱତ ସାଧକ,ବିଦ୍ୱାନ,ସମାଜ ସଂସ୍କାରକ ଥିଲେ ।ସେ ଜାଣିଥିଲେ ବିଦ୍ୟା ହିଁ ଜୀବନର ଅମୂଲ୍ୟ ରତ୍ନ । ସାନ୍ତାଳୀ ସମାଜର ଲିପି ନ ଥିଲା । ତେଣୁ ସେ ସାଧନା ଓ ଦେବାଦେବୀ ପୂଜାରେ ଆଶୀର୍ବାଦ ପାଇଁ ସାନ୍ତାଳୀ ଲିପି \’ଅଲଚିକି\’ ସୃଷ୍ଟି କରିଥିଲେ । ଯେଉଁ ଲିପି ଦ ଓ ଭାଷା ଦ୍ୱାରା ସମଗ୍ର ବିଶ୍ୱ ସାନ୍ତାଳୀ ସମାଜ ଏକ ସୂତ୍ରରେ ବନ୍ଧା ହୋଇଛନ୍ତି ।ସେହି ମହାନ ସାରସ୍ୱତ ଙ୍କୁ ସମ୍ମାନ ଜଣାଇ ତାଙ୍କରି ଜନ୍ମ ଓ ସମାଧୀ ସ୍ଥଳକୁ କେନ୍ଦ୍ର ସରକାର ଐତିହ୍ୟ ପର୍ଯ୍ୟଟନ ସ୍ଥଳ ପାଇଁ ବହୁ ବିଧି ଯୋଜନା ନେଇଛନ୍ତି । ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଏକ ମୂର୍ତି,ଅତିଥି ଗୃହ , ଆକର୍ଷଣୀୟ ତୋରଣ,ଆଲୋକସଜ୍ଜା,ପୁଷ୍କରିଣୀ ଉନ୍ନତିକରଣ, ପାର୍କ, ପାଠାଗାର ପସମେତ ଅବଶକୀୟ ଉନ୍ନତିକରଣ କରାଯିବା ପାଇଁ ମୁଭି ପୂଜନ କରିଥିଲେ ।ଟାଟା କମ୍ପାନୀର ବୈଷୟିକ ଇଞ୍ଜିନିୟର ମାନେ ଏହାକୁ ନିର୍ମାଣ କରିବେ ।ଏହା ଯେଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇପାରିବ ତାହା ପାଇଁ ଯଥାଯଥ ପଦକ୍ଷେପ ନିଆଯିବ ।କାର୍ଯ୍ଯକ୍ମମରେ ଟାଟା କମ୍ପାନୀର ସାମାଜିକ ବିଭାଗ ଅଧିକାରୀ ଜିରେନ ଟପ୍ନୋ,ଏସ ଏନ୍ ନନ୍ଦି, ରାଇରଙ୍ଗପୁର ବିଡ଼ିଓ ସାଗର ମୁର୍ମୁ, ରଘୁନାଥ ମୁର୍ମୁଙ୍କ ଦୁଇ ନାତି ଭୀମୱାର ମୁର୍ମୁ,ଚୁନି ମୁର୍ମୁ, ସଂଜିବ ମହାନ୍ତି,ସାଂସଦ ପ୍ରତିନିଧି ବରୁଣ ଦେ,ସଂଜୟ ନାୟକ , ବିଜୁ ଗୋପାଲ ଗୋପ,ସାମନ୍ତ ଗିରି,ଫାଗୁରାମ ମାରାଣ୍ଡି, ଘାସିରାମ ମୁର୍ମୁ, ବୈଦ୍ୟନାଥ ସିଂ,ଭାଲମଣି ଟୁଡୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଆଡଭୋକେଟ ଗୁରୁବାର ମଂଚ ପରିଚାଳନା କରିଥିଲେ
