ବିକାଶ ଭବନରେ ସିଏମସିର ଅଭିଯୋଗ ସମାଧାନ ସଭା
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ସୋମବାର ବିକାଶ ଭବନରେ ଏକ ଅଭିଯୋଗ ସମାଧାନ ସଭା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଭିଯୋଗର ପ୍ରତିକାର ନେଇ ସଭାରେ ଶୁଣାଣି କରାଯାଇଥିଲା । ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୬ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରେ ସିଡିଏ ସଂପର୍କରେ ୩ଟି ଅଭିଯୋଗ ରହିଥିଲା ବେଳେ ସିଏମସିର ଅନ୍ୟ ତିନୋଟି ମଧ୍ୟରୁ ଗୋଟିଏ ପାନୀୟ ଜଳ, ପରିମଳ ଓ ଏନଫୋର୍ସମେଣ୍ଟ ସମ୍ବନ୍ଧିତ ବୋଲି ନିଗମ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଅନୁଷ୍ଠିତ ସଭାରେ ଅତିରିକ୍ତ କମିଶନର, ଡେପୁଟି କମିଶନର ଏନଫୋର୍ସମେଣ୍ଟ ଏବଂ ରେଭିନ୍ୟୁ, ସହକାରୀ ପ୍ଲାନିଂ ଅଫିସର, ବସ୍ତି ଉନ୍ନୟନ ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
