ସିଏମସିର ଅଭିଯୋଗ ସମାଧାନ ସଭା
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ବିଜୁଭବନସ୍ଥିତ କାର୍ଯ୍ୟାଳୟରେ ଏକ ଅଭିଯୋଗ ସମାଧାନ ସଭା କମିଶନର ନିଖିଲ ପୱନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଭିଯୋଗର ପ୍ରତିକାର ନିମନ୍ତେ ଶୁଣାଣି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୧୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରୁ ଚାରୋଟି ଜମିବାଡି, ଚାରୋଟି ଇଂଜିନିୟରିଂ, ଗୋଟିଏ ଏନଫୋର୍ସମେଣ୍ଟ, ଦୁଇଟି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏବଂ ୭ଟି ଅନ୍ୟ ସମ୍ବନ୍ଧିତ ବୋଲି ନିଗମ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଅନୁଷ୍ଠିତ ସଭାରେ ଡେପୁଟି କମିଶନର, ସହକାରୀ ପ୍ଲାନିଂ ଅଫିସର, ବସ୍ତି ଉନ୍ନୟନ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
