ସିଏମସିର ଅଭିଯୋଗ ସମାଧାନ ସଭା
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଚୈାଧୁରୀବଜାରସ୍ଥିତ ବିଜୁ ଭବନରେ ଏକ ଅଭିଯୋଗ ସମାଧାନ ସଭା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଭିଯୋଗର ପ୍ରତିକାର ନେଇ ସଭାରେ ଶୁଣାଣି କରାଯାଇଥିଲା । ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୧୨ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରେ ସିଏମସି ସଂପର୍କିତ ୧୧ଟି ଅଭିଯୋଗ ରହିଥିଲା ବେଳେ ଅନ୍ୟ ଗୋଟିଏ ଅଭିଯୋଗ ସିଡିଏର ରହିଥିଲା । ୨ଟି ଏନଫୋର୍ସମେଣ୍ଟ, ୩ଟି ଯାନ୍ତ୍ରିକ ବିଭାଗ, ଦୁଇଟି ବସ୍ତି ସଂପର୍କିତ, ଗୋଟିଏ ରାଜସ୍ୱ ଓ ତିନୋଟି ଅନ୍ୟ ସମ୍ବନ୍ଧିତ ବୋଲି ନିଗମ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଅନୁଷ୍ଠିତ ସଭାରେ ସିଏମସି ଡେପୁଟି କମିଶନର ସଞ୍ଜିବୀତା ରାୟ, ଅଜୟ ମହାନ୍ତି, ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର, ବସ୍ତି ଉନ୍ନୟନ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ, ସହକାରୀ ପ୍ଲାନିଂ ଅଫିିସର ଓ ଅନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ ।
