ମହାନ ଦେଶଭକ୍ତ ସୁଭାଷ ବୋଷ
ସ୍ୱାଧିନତା ମଣିଷର ଜନ୍ମଗତ ଅଧିକାର । ଅନେକ ସମୟରେ ସଂଗ୍ରାମ ବିନା ସ୍ୱାଧୀନତା ମିଳିନଥାଏ । ପରାଧିନତାର ବେଢ଼ି ଭିତରେ ରହି ଦୃଢ଼ ଭାବେ ସଂଗ୍ରାମ ନ କଲେ ସ୍ୱାଧିନତା ହାସଲ କରିହେବ ନାହିଁ, ଏହାକୁ ଜୋର ଜବରଦସ୍ତ ଛଡ଼ାଇ ଆଣିବାକୁ ପଡ଼ିବ, ମୋତେ ଭକ୍ତ ଦିଅ, ମୁଁ ତୁମକୁ ସ୍ୱାଧିନତା ଆଣି ଦେବି । ନିଜର ଶକ୍ତି, ସାମର୍ଥ୍ୟ ବିନିମୟରେ ଆମେ ସ୍ୱାଧିନତା ଲାଭ କରିବା । ଏହି ଉଦ୍ଦାମ ଗୁରୁଗମ୍ଭୀର ବାଣୀ ଥିଲା ସ୍ୱାଧିନତା ସଂଗ୍ରାମର ଏକ ପ୍ରଜ୍ୱଳିତ ଅନିର୍ବାଣ ଦୀପଶିଖା ଦେଶମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ସୁଭାଷ ବୋଷଙ୍କ ଉକ୍ତି, ଯିଏ କି ଦେଶପ୍ରେମ ଓ ଜାତିପ୍ରେମରେ ବିହ୍ୱଳିତ ହୋଇ ସମ୍ମାନସ୍ପଦ ଆଇସିଏସ୍ ପଦ ତ୍ୟାଗ କରି ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ସମର୍ପଣ କରି ଦେଇଥିଲେ ।
ଏହି ମହାନ୍ ଦେଶଭକ୍ତଙ୍କର ଜନ୍ମ ହୋଇଥିଲା ଓଡ଼ିଶା ମାଟିର ଐତିହାସିକ କଟକ ସହରରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଯେଉଁଠି ତାଙ୍କର ବାଲ୍ୟ ଓ ଶୈଶବ କଟିଥିଲା ଏବଂ ରେଭେନ୍ସା କଲେଜିଏଟ୍ ସ୍କୁୂଲରେ ପଢ଼ିବା ବେଳେ ତାଙ୍କର କାର୍ଯ୍ୟକଳାପ ଉତ୍କଳ ଗୌରବ ମଧୁସୂଦନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପିଲାବେଳୁ ଆଧ୍ୟାତ୍ମିକ ଗୁରୁ ବିବେକାନନ୍ଦଙ୍କ ଦେଶପ୍ରେମ ତାଙ୍କ ଜୀବନରେ ଗଭୀର ରେଖାପାତ କରି ଆଜନ୍ମ ଦେଶପ୍ରେମୀ, ସଂଗ୍ରାମୀ, କର୍ତବ୍ୟନିଷ୍ଠ ବ୍ୟକ୍ତିଭାବେ ଗଢ଼ି ତୋଳିଥିଲା । ଜଣେ ସ୍ୱାଧୀନଚେତା ଓ ବିବେକୀ ମଣିଷ ଭାବରେ ବିଦେଶୀ ଶୃଙ୍ଖଳରୁ ଦେଶମାତୃକାକୁ ମୁକ୍ତ କରିବାକୁ ସେ ଯେମିତି ତପ୍ତର ହୋଇ ଉଠୁଥିଲେ ତାହା ଅନ୍ୟମାନଙ୍କୁ ଅନୁପ୍ରାଣୀତ କରୁଥିଲା ।
ଇଂରେଜ ସରକାରଙ୍କ ଭାରତବାସୀଙ୍କ ଉପରେ ଅକଥନୀୟ ନିର୍ମମ ଅତ୍ୟାଚାର ସର୍ବପରି ପିଲାଦିନୁ ଫିରିଙ୍ଗି ସରକାର ଖୁସିରାମ ବୋଷଙ୍କୁ ଫାଶୀ ଦେବା, ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କୁ ଗିରଫ କରିବା, ପଂଜାବ ଜାଲିୱାନାବାଗର ଗଣହତ୍ୟା ସମଗ୍ର ଦେଶରେ ଯେପରି ଶୋକର ଛାୟା ଖେଳାଇ ଦେଇଥିଲା ଏବଂ ଯେଉଁଥିରେ ଗାନ୍ଧିଜୀ ମର୍ମାହତ ହେବା ଘଟଣାକୁ ମର୍ମେମର୍ମେ ଅନୁଭବ କରି ସୁଭାଷ ବୋଷ ଇଂରେଜ ସରକାରଙ୍କ ଅଧିନରେ ଗୋଲାମଗିରି କରିବା ଠିକ୍ ନୁହେଁ ବୋଲି କାର୍ଯ୍ୟରେ ପରିଣତ କରିଥିଲେ । ଆଧ୍ୟାତ୍ମିକ ଚେତନାଧାରୀ ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଅରବିନ୍ଦ ଘୋଷଙ୍କ ଆଦର୍ଶ ଓ ପ୍ରେରଣା, ଏଣେ ଫିରିଙ୍ଗିକୁ ତଡ଼ିବା ପାଇଁ ଗାନ୍ଧିଜୀଙ୍କ ଡକରା, ସୁଭାଷଙ୍କ ବଡ଼ଭାଇ ଭାରତକୁ ବେଡ଼ି ଶୃଙ୍ଖଳମୁକ୍ତ କରିବା ପରିପ୍ରେକ୍ଷୀରେ ତାଙ୍କୁ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ଚିଠି, ବିଲାତରୁ ଫେରିବା ବେଳେ ଜାହାଜରେ ବିଶ୍ୱଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ପରାମର୍ଶ, ଦେଶବନ୍ଧୁ ଚିତ୍ତରଂଜନ ସହ ଭେଟ ଓ ଆଳାପ ଆଲୋଚନା ତାଙ୍କୁ ପଦପଦବୀ ନୁହେଁ ବରଂ ଦେଶ ଓ ଜାତିର ସେବା ଶ୍ରେଷ୍ଠ ଧର୍ମ ବୋଲି ବିଚାର କରି ନେଇଥିଲେ ।
ସୁଭାଷ ବୋଷ ସେତେବେଳେ ଗାନ୍ଧିଜୀଙ୍କ ନେତୃତ୍ୱରେ (୧୯୩୦) ଚାଲିଥିବା ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ସୁବାଷ ଥିଲେ ବାମପନ୍ଥୀ ଧାରାର ବିଶ୍ୱାସୀ । ୧୯୩୮ରେ ସୁବାଷ ହରିପୁରଠାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ମନୋନୀତି ହେଲେ । ୧୯୩୯ରେ ତ୍ରିପୁରାଠାରେ କଂଗ୍ରେସ ଅଧିବେଶନରେ ଗାନ୍ଧିଜୀଙ୍କ ଇଛା ବିରୁଦ୍ଧରେ ଛିଡ଼ା ହୋଇ ସଭାପତି ନିର୍ବାଚିତ ହେଲେ । ଗାନ୍ଧିଜୀ ଓ ତାଙ୍କ ସମର୍ଥକ ମାନେ ଥିଲେ ଦକ୍ଷିଣପନ୍ଥୀ ଅର୍ଥାତ୍ ଅହିଂସା ଯୁଦ୍ଧରେ ବିଜୟୀ ହେବାରେ ବିଶ୍ୱାସୀ । ଉଭୟଙ୍କ ଭିତରେ ଭିନ୍ନଭିନ୍ନ ମତ, ଆଦର୍ଶ ଓ ନୀତି ପରିଲକ୍ଷିତ ହେଉଥିଲା ଯଦିଓ ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା ସ୍ୱାଧୀନ ଭାରତ । ତେଣୁ ମତାନ୍ତର ଯୋଗୁଁ ସୁବାଷ ୧୯୩୯ରେ କଂଗ୍ରେସର ସଭାପତି ନିର୍ବାଚିତ ହୋଇ ମଧ୍ୟ ଗାନ୍ଧିବାଦୀମାନଙ୍କ ଚାପରେ ଇସ୍ତଫା ଦେଇ ଏକ ନୂଆ ଦଳ ଗଠନ କଲେ ଓ ଯାହାର ନାଁ ଫରୱାର୍ଡ଼ ବ୍ଲ୍କ ଥିଲା । ଏହା ଥିଲା ଏକ ରାଜନୈତିକ ସଂଗଠନ, ଏଥିରେ ବହୁ କଂଗ୍ରେସର ବାମପନ୍ଥୀ ଚିନ୍ତାଧାରାର କର୍ମୀ ଏକାଠି ହେଲେ, ସେହିଦିନ ନେତାଜୀ ନିଜର ପ୍ରାଣର କଥା ଓ ପରାଧିନତାର ବ୍ୟଥାକୁ ଜନସମାଜ ଆଗରେ ପ୍ରକାଶ କରିଥିଲେ ।
ଭାବବିହ୍ୱଳ ହୋଇ କହିଥିଲେ ସ୍ୱାଧୀନତା ପାଇଁ ଚେଷ୍ଟା କରିବା ଏବଂ ଚେଷ୍ଟା କରି ବିଫଳ ହେବା ଏହା ସଂପୂର୍ଣ୍ଣ ଅଲଗା । ସ୍ୱାଧୀନତା ପାଇଁ ରକ୍ତାକ୍ତ ସଂର୍ଗେ ଆମେ ଚାହୁଁନା, ଆବଶ୍ୟକ ପଡ଼ିଲ ଏଥିରୁ ଆମେ ପଛାଇବା ନାହିଁ । ଏଥିପାଇଁ ଆମକୁ ସଜାଗ ହେବାକୁୂ ପଡ଼ିବ । ଭାରତ ଚାହେଁ ଆଜାଦୀ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତର ସନ୍ତାନ । ଦେଶର ମୁକ୍ତି ସଂଗ୍ରାମ ସମସ୍ତଙ୍କ କାମ୍ୟ । ଏହି ବାର୍ତ୍ତା ଦେଶସାରା ବବୁଲି ପ୍ରଚାର କରି ଇଂରେଜମାନଙ୍କ ନଜର ବନ୍ଦୀରେ ରହିଲେ ।
୧୯୪୦ରେ ସର୍ବଭାରତୀୟ ଫରୱାର୍ଡ଼ ବ୍ଲକର ଦ୍ୱିତୀୟ ଅଧିବେଶନରେ ଇଂରେଜ ସରକାର ଭାରତକୁ ତୁରନ୍ତ ସ୍ୱାଧିନତା ଦେଉ ବୋଲି ଦାବି କରି ସେ ଗାନ୍ଧୀ, ଜୀନ୍ନା, ପଟେଲ, ଆବୁଲ କାଲାମ ଆଜାଦ ଆଦି ବଡ଼ବଡ଼ ନେତାଙ୍କ ସହ ଆଲୋଚନା କଲେ କିନ୍ତୁ ଏହା ବେଶି ଫଳପ୍ରଦ ହୋଇ ପାରିଲା ନାହିଁ ସତ କିନ୍ତୁ ସୁବାଷଙ୍କ ନେତୃତ୍ୱ ଓ ଦେଶପ୍ରୀତି ସ୍ୱାଧୀନତା ପାଇଁ ପ୍ରତିବଦ୍ଧତା ଓ ବାମପନ୍ଥୀ ଚିନ୍ତାଧାରା ଇଂରେଜମାନଙ୍କୁ ଆତଙ୍କିତ କରି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା । ଭାରତରେ ରହି ସ୍ୱାଧୀନତା ସଂଗ୍ରାମକୁ ଆଗକୁ ନେବା ପାଇଁ ଯେତିକି ସାମର୍ଥ୍ୟ ଦରକାର ବିଦେଶରେ ରହି ତାହାଠାରୁ ଅଧିକ କାର୍ଯ୍ୟ କରିହେବ ଭାବି ବିଦେଶ ଯାତ୍ରା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ।
(୧୯୩୯ ରୁ ୧୯୪୫) ଦ୍ୱିତୀୟ ବିଶ୍ୱଯୁଦ୍ଧର ତାଣ୍ଡବ ଲୀଳା ଚାଲିଥିବା ବେଳେ ସୁବାଷ ବୋଷ ୧୯୪୧ ମସିହା ଜାନୁଆରୀ ୧୬ ତାରିଖ ମଧ୍ୟ ରାତ୍ରୀରେ ଛଦ୍ମବେଶରେ ଭାରତରୁ ଆଫଗାନିସ୍ଥା ଓ ପରେ ଜର୍ମାନ ଯାଇ ସେଠାର ଶାସକ ହିଟଲରଙ୍କ ସହାୟତାରେ ବନ୍ଦୀ ଭାରତୀୟ ସୈନ୍ୟମାନଙ୍କୁ ନେଇ ଆଜାଦହିନ୍ଦ ଫୌଜ ଗଠନ କଲେ । ତାପରେ କେବଳ ଜର୍ମାନ ନୁହେଁ, ଜାପାନ, ଇଟାଲୀ ସହ ସଂପର୍କ ରଖିଲେ । ସେତେବେଳେ ଜର୍ମାନ, ଜାପାନ, ଇଟାଲୀ ଆକ୍ସିସ ପାୱାର ଥିବା ବେଳେ ତାଙ୍କ ବିରୁଦ୍ଧରେ ମିତ୍ର ଶକ୍ତିଭାବେ ଆମେରିକା, ଇଂଲଣ୍ଡ, ରୁଷିଆ ବୃହତ ଶକ୍ତି ହୋଇ ରହିଥିଲେ । ସେତେବେଳେ ଜର୍ମାନରେ ନାଜିବାଦ, ଇଟାଲିରେ ଫାଶୀବାଦ । ହିଟଲର ପରି ଇଟାଲୀର ମୁଶୋଲିନ ଜଣେ ଏକଛତ୍ରବାଦୀ ଶାସକ ଥିଲେ । ଜର୍ମାନରୁ ଜାପାନ ଆସି ତାଙ୍କ ସରକାରଙ୍କ ସହାୟତାରେ ଭାରତୀୟ ନନାଗରୀକଙ୍କୁ ତାଲିମ ଦେଲେ । ସେଠାରେ “ଆଜାଦହିନ୍ଦ୍ ଫୌଜ” ଗଠନ କରି ଦିଲ୍ଲୀ ଚଲ୍ଲୋ ଡାକରା ଦେଇ ଭାରତ ଅଭିମୁଖେ ଯୁଦ୍ଧଯାତ୍ରା କଲେ । ଭାରତ ସୀମାରେ ପ୍ରବେଶ କରି ଦିଲ୍ଲୀ ଚଲ୍ଲୋ ଡାକରା ଦେଇ ଭାରତ ଅଭିମୁଖେ ଯୁଦ୍ଧଯାତ୍ରା କଲେ ।
ଭାରତ ସୀମାରେ ପ୍ରବେଶ କରି ସେମାନେ ନାଗାଲାଣ୍ଡ ଅର୍ଥାତ୍ କୋହିମା ଦଖଲ କରି ମଣିପୁର ରାଜଧାନୀ ଇମ୍ଫାଲକୁ ଘେରାଉ କଲେ ଓ ଭାରତମାଟିରେ ସ୍ୱାଧୀନତାର ପତାକା ଉଡାଇଲେ । ଏହି ସମୟରେ ଆମେରିକାର ପରମାଣୁ ବୋମା ହିରୋସୀମା ଓ ନାଗାସାକି ସହରରେ ଯଥାକ୍ରମେ ୧୯୪୫ ମସିହା ଅଗଷ୍ଟ ୬ ଓ ୯ ତାରିଖରେ ନିରପେକ୍ଷ କରାଗଲା, ଲକ୍ଷଲକ୍ଷ ଲୋକ ନିହତ ହେଲେ ଯାହାଫଳରେ ମିତ୍ରଶକ୍ତି ଦ୍ୱାରା ଜର୍ମାନ ଓ ଜାପାନ ପରାସ୍ତ ହୋଇ ଆତ୍ମସମର୍ପଣ କଲେ । ଜଜାପାନ ସରକାରଙ୍କର ସାହାଯ୍ୟ ଆଉ ମିଳି ପାରିଲା ନାହିଁ । ମିତ୍ରଶକ୍ତି ଆଗରେ ନେତାଜୀ ତଥା ଆଜାଦ ହିନ୍ଦ ଫୌଜର ସମସ୍ତ ଆଶା ମଉଳିଗଲା । ୧୯୪୫ ମସିହା ଅଗଷ୍ଟ ୧୮ରେ ସୁବାଷ ବୋଷ ରୁଷ ଯିବା ଉଦ୍ଦେଶ୍ୟରେ ସାଇଗନ ଠାରେ ବିମାନ ଯାତ୍ରା କରୁଥିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଧ୍ୱଂସ ହୋଇଯାଇଥିଲା ସୁବାଷଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି କେତେକ ଖବରରୁ ଜଣାପଡ଼େ । ତାଙ୍କର ବଳିଷ୍ଠ ପ୍ରଭାବ ଭାରତ ସେନାବାହିନୀଙ୍କ ଉପରେ ପଡ଼ିବାର ଦେଖି ଇଂରେଜ ସରକାର ଭାରତ ଛାଡ଼ି ପଳାଇଯିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ । ଯାହାଫଳରେ ଏହାର ତିନି ବର୍ଷ ପରେ ଭାରତ ସ୍ୱାଧୀନତା ଲାଭ କରିଥିଲା ।
