ପୋଖରୀରେ ବୁଡ଼ିି ଦାଦା ପୁତୁରା ମୃତ : ପୋଲିସର ତଦନ୍ତ ଜାରି
ଧର୍ମଶାଳା : ପୋଖରୀରେ ମାଛ ଚୋରି କରିବା ହେଲା କାଳ । ରାତି ଅଧରେ ପୋଖରୀରେ ବୁଡ଼ି ଦାଦା ପୁତୁରା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଙ୍ଗା ପଂଚାୟତ ଅଳପୁଆ ଗାଁ ପୋଖରୀରେ । ମୃତ ଦୁଇ ଜଣ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ସାମନ୍ତରାପୁର ପଂଚାୟତ ରସୁଣା ଗ୍ରାମର ବାବାଜି ମଲିକଙ୍କ ପୁଅ ଅନାମ(୫୫) ଓ ସନାତନ ମଲିକଙ୍କ ପୁଅ ସୁକଦେବ(୩୨) ବୋଲି ଜଣାପଡିଛି । ସିଳିଥିବା ସୂଚନା ମୁତାବକ, ସୋମବାର ଦିନ ସନ୍ଧ୍ୟା ୭ଟା ସମୟରେ ଅଳପୁଆ ଗ୍ରାମର ପ୍ରଶାନ୍ତ ମଲିକ ଅନାମ ଓ ବାବାଜିଙ୍କୁ ପୋଖରୀରେ ମାଛ ଧରିବା ପାଇଁ ଡାକିଥିଲେ । ଦୁହେଁ ସାଇକେଲ ଯୋଗେ ରାତିରେ ଅଳପୁଆସ୍ଥିତ ଗାଁ ପୋଖରୀରେ ମାଛ ଧରିବା ପାଇଁ ଜାଲ ନେଇ ଆସିଥିଲେ । ବିଳମ୍ବିତ ରାତିରେ ପୋଖରୀ ନିକଟରେ ଥିବା ଗାଁ ଲୋକେ ପୋଖରୀରୁ ମାଛ ଚୋରି ହେବା ଘଟଣା ଜାଣି ପାରି ଗାଁ ଲୋକେ ଟ୍ରଚ ମାରିଥିଲେ । ଫଳରେ ଘଟଣାସ୍ଥଳରୁ ପ୍ରଶାନ୍ତ ଫେରାର ହୋଇଯାଇଥିଲା । ପରେ ଅନାମ ଓ ସୁକଦେବ ଭୟରେ ଗଭୀର ପାଣି ଭିତରରେ ରହି ଯାଇଥିଲେ । ତିନି ଦିନ ନିଖୋଜ ହେବା ପରେ ପରିବାର ଲୋକେ ଯାଜପୁର ସଦର ଥାନାରେ ନିଖୋଜ ହୋଇଯିବା ନେଇ ଏତଲା ଦେଇଥିଲେ । ଫଳରେ ଆଜି ପୂର୍ବାହ୍ନରେ ପୋଖରୀରେ ଦୁଇଟି ମୃତ ଦେହ ଭାସୁଥିବା ଗ୍ରାମବାସୀ ଦେଖି ସଦର ଥାନାକୁ ଖବର ଦେଇଥିଲେ । ପୁଲିସ ବରୀ ଅଗ୍ନୀଶମ ବିଭାଗର ସହାୟତା ନେଇଥିଲେ । ଅଗ୍ନୀଶମ ବିଭାଗ ପାଣି ଭିତରୁ ଦୁହିଁଙ୍କ ମୃତ ଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ନିମନ୍ତେ ମୃତ ଦେହ ଦୁଇଟିକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି । ଅନ୍ୟ ପକ୍ଷେ ପ୍ରଶାନ୍ତ ପୋଖରୀ ନିକଟରୁ ସାଇକେଲ ନେଇ ରସୁଣା ଗ୍ରାମକୁ ଯାଇଥିଲେ । ସେଠାରେ ଦୁହେଁ ଘରକୁ ଆସିଛନ୍ତି ବୋଲି ପଚାରିଥିଲା । ପରିବାର ଲୋକ ପ୍ରଶାନ୍ତଙ୍କୁ ସନ୍ଦେହ କରି ଥାନାରେ ଖବର ଦେଇଥିଲେ । ପୁଲିସ ଅଳପୁଆ ଗ୍ରାମରୁ ପ୍ରଶାନ୍ତକୁ ଥାନାକୁ ନେଇ ପଚରାଉଚୁରା କରିବା ସହ ଅଟକ ରଖିଛି । ଏହି ଘଟଣା ତଦନ୍ତ ଚାଲିଛି, ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବା ଏବଂ ଅଳପୁର ଗ୍ରାମ ପୋଖରୀରୁ ୩ ଜଣ ମାଛ ଚୋରି କରିବା ପାଇଁ ଆସିଥିବା ନେଇ ପୋଲିସ ଆଗରେ ପ୍ରଶାନ୍ତ କହିଥିବା ସଦର ଥାନା ଅଧିକାରୀ କହିଛନ୍ତି ।
