ଜୁନିଅର ହକି ବିଶ୍ୱକପ ଟ୍ରଫି ଉନ୍ମୋଚନ କଲେ ରାଜ୍ୟପାଳ
ଭୁବନେଶ୍ୱର : ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଏଫଆଇଏଚ ଜୁନିଅର ହକି ବିଶ୍ବକପ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆନୁଷ୍ଠାନିକ ଭାବେ ଏହି ମେଗା ଟୁର୍ନାମେଣ୍ଟକୁ ଉଦ୍ଘାଟିତ କରିଛନ୍ତି ।
ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି ହକି ବିଶ୍ବକପ । କଳିଙ୍ଗ ଷ୍ଟାଡିୟମରେ ରାଜ୍ୟପାଳ ପହଞ୍ଚି ବିଶ୍ବକପ ଟ୍ରଫିକୁ ଉନ୍ମୋଚିତ କରିବା ସହ ଟୁର୍ନାମେଣ୍ଟରେ ଅଂଶଗ୍ରହଣକାରୀ ସମସ୍ତ ୧୬ଟି ଟିମର କ୍ୟାପଟେନଙ୍କୁ ଭେଟିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ରାଜ୍ୟପାଳଙ୍କ ସହ ଏଫଆଇଏଚ ସଭାପତି ନରିନ୍ଦର ବାତ୍ରା, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡାସଚିବ ଭିନିଲ କ୍ରିଷ୍ଣା, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ ।ରଙ୍ଗବେରଙ୍ଗର ଆତସବାଜି ସହ ଏହି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନରେ ୫ଟି ମ୍ୟାଚ୍ ଖେଳାଯାଇଛି । ଡିଫେଣ୍ଡି ଚମ୍ପିଆନ ତଥା ଆୟୋଜକ ଭାରତ ପ୍ରଥମ ଦିନରେ ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିଛି ।
