ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ : ଡିଏମଇଟି
- ଭାଇରସ ଯଦି ରୂପ ବଦଳାଏ, ତେବେ ଏହାର ପ୍ରଭାବ ଅଧିକା ରହିବ
ଭୁବନେଶ୍ୱର : ମହାମାରୀ କରୋନାର ତୃତୀୟ ଲହର ଆସିଲେ ବି ଦ୍ଵିତୀୟ ଲହର ଭଳି ପ୍ରଭାବ ନପକାଇପାରେ। ଯଦି ଭୂତାଣୁ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ। ହେଲେ ଯଦି ଭୂତାଣୁ ରୂପ ନବଦଳାଏ ତାହାହେଲେ ଏତେ ପ୍ରଭାବ ରହିବ ନାହିଁ। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କେଉଁ ମଡେଲ କହୁଛି ଦେଶରେ ଦିନକୁ ୪ରୁ ୫ ଲକ୍ଷ ପଜିଟିଭି ଚିହ୍ନଟ ହେବ। ଆଉ କେଉଁ ମଡେଲ କହୁଛି,ଏତେ ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଡିଏମ୍ଟି ପ୍ରଫେସର ସିବିକେ ମହାନ୍ତି ।
ଆଇଆଇଟି କାନପୁର ସୂତ୍ର ମଡେଲ କହୁଛି, ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ। କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ସାମ୍ଭବ୍ୟ କରୋନାର ୩ୟ ଲହରକୁ ଦୃଷ୍ଟିରେ ରଖି ସରକାର ସମସ୍ତ ମେଡିକାଲ ମାନଙ୍କରେ ସୁବିଧା ଓ ସୁଯୋଗ ନେଇ ପ୍ରତିଦିନ ଅନୁଧ୍ୟାନ କରୁଛନ୍ତି । ତୃତୀୟ ଲହରରେ ଶିଶୁ ଅଧିକା ସଂକ୍ରମଣ ହେବା ଆଶଙ୍କା କରାଯାଉଛି । ଖାସ୍ ଏଥିଲାଗି ସମସ୍ତ କୋଭିଡ଼ ଓ ନନ୍ କୋଭିଡ଼ ମେଡିକାଲରେ ଶିଶୁମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
