ଗୋପାଳଗାଁ କଲଚୁରାଲ କ୍ଲବର ୧୫ଦଶ ବାର୍ଷିକ ଉତ୍ସବ ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ସହର ଗୋପାଳଗାଁ କଲଚୁରାଲ କ୍ଲବର ପଞ୍ଚଦଶ ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଗୋପାଳଗାଁର ଅଧିବାସୀଙ୍କ ବିବିଧତା ମଧ୍ୟରେ ଏକତା ଆଣିବା ପାଇଁ ଅନୁଷ୍ଠାନର ଉଦ୍ୟମ ପ୍ରଶଂସନୀୟ । ଉତ୍ସବ ପାଳନ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ପୂର୍ବ ସଂସ୍କୃତି ସହ ଯୋଡ଼ିବା ସହିତ ମନୋରଞ୍ଜନ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବାର ପ୍ରୟାସ ଏକ ନିଆରା ପରମ୍ପରା ସୃଷ୍ଟି କରୁଥିବାର ପ୍ରକାଶ କରିଥିଲେ ।
କ୍ଲବର ସଭାପତି ଶ୍ରମିକନେତା ଅରୁଣ ସ୍ୱାଇଁ ଉତ୍ସବରେ ପୌରହିତ୍ୟ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ଯୁବ ସଂଗଠକ ଭାଗବତ ସାହୁ, ଛାତ୍ର ନେତା ସିମନ ଦାସ ମହାପାତ୍ର, ପୂର୍ବତନ କାଉନସିଲର ଇତିକୃଷ୍ଣା ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇ କ୍ଲବର କାର୍ଯ୍ୟକ୍ରମକୁ ୧୫ ବର୍ଷ ପୁରିଥିବା ବେଳେ ଏହାର ଉତ୍ତୋରତ୍ତୋର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଡା. ପ୍ରତାପ ଚନ୍ଦ୍ର ସାହୁ, ଡା. ରଶ୍ମିକାନ୍ତ ଜଟ୍ଟାନିଆ, ଡା. ବିରଞ୍ଚି ନାରାୟଣ ମହାନ୍ତି, ଡା. ମିଲନ କୁମାର ଘଢ଼େଇ, ଡା. ସୁରେଶ ଚନ୍ଦ୍ର ପାଳ, ଡା. ଶୁଭେନ୍ଦୁ ମଢୁଆଳ ପ୍ରମୁଖଙ୍କ ସମେତ ଫକୀର ମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା, ଜାତୀୟସ୍ତରର ଖେଳାଳି ପ୍ରମୋଦ ମହାନ୍ତି ଓ ସାମାଜିକ କର୍ମୀ ରିମା ଯୋଶେଫଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସମ୍ପାଦକ ଅନୁପ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭାପରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ତାରିକ ଅଜିଜ୍ ଓ ସାଥୀମାନେ ସଙ୍ଗୀତ ପରିବେଷଣ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ପ୍ରଭାତ ମହାନ୍ତି, ଅବିନାଶ ସ୍ୱାଇଁଙ୍କ ସମେତ ଗୋପାଳଗାଁ କଲଚୁରାଲ କ୍ଲବର ସଦସ୍ୟମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
