ଚୌଦ୍ୱାର ଜେଲରେ ଗୋପାଳ ଦାସ
ଭୁବନେଶ୍ୱର : ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲ୍ ସ୍ଥାନାନ୍ତର କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଗୋପାଳକୁ କଡା ସୁରକ୍ଷା ମଧ୍ୟରେ ଝାରସୁଗୁଡା ଜେଲ୍ ରୁ ଚୌଦ୍ୱାରର ସର୍କଲ ଜେଲ୍ କୁ ଅଣାଯାଇଥିଲା । ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସ୍ଆଇ ଭାବେ ମୁତୟନ ଥିବା ଅଭିଯୁକ୍ତ ଗୋପାଳକୁ ଚୌଦ୍ୱାର ଜେଲ୍ ର ୩ନମ୍ବର ସେଲ୍ ରେ ରଖାଯିବ । ଏଥି ପାଇଁ ଜେଲ୍ କର୍ତୃପକ୍ଷଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଚୌଦ୍ୱାର ଜେଲ୍ ରେ ସ୍ୱତନ୍ତ୍ର ସିସିଟିଭି ସର୍ଭିଲାନ୍ସରେ ରଖାଯିବା ନେଇ ସୂଚନା ମିଳିଛି । ଏସମ୍ପର୍କରେ ଚୌଦ୍ୱାର ଜେଲ୍ କର୍ତୃପକ୍ଷ କହିଛନ୍ତି ଯେ ଚୌଦ୍ୱାର ଜେଲର ହାଇସିକ୍ୟୁରିଟି ସେଲରେ ରହିବ ଗୋପାଳ । ୨୪ ଘଂଟିଆ ମନିଟରିଂ ସହ ଏକ ସ୍ୱତନ୍ତ୍ର ଟିମ୍ ସୁରକ୍ଷା ବ୍ୟବସ୍ଥା ଯାଂଚ କରିବେ । ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ସ୍ଥାନାନ୍ତର କରାଯାଇଛି । ଗୋପାଳକୁ ଏକ ସ୍ୱତନ୍ତ୍ର ଟିମ୍ ନେଇ ଚୌଦ୍ୱାର ଆସିଛନ୍ତି ।
