ଜାରକା ବଜାର କ୍ୟାବିନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ଧର୍ମଶାଳା : ଯାଜପୁର ଜିଲା ଜାରକା ବିଟ୍ ହାଉସ ଅଧିନସ୍ଥ ଜାରକା ବଜାରଠାରେ ଥିବା ଏକ କ୍ୟାବିନରୁ ଗତ କାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । କ୍ୟାବିନର ମାଲିକ ଶରତ ଗିରି ଗତ କାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତେବେ ସେ ଆଜି ସକାଳେ ଦୋକାନ ଖୋଲିବାକୁ ଆସିଥିଲେ । ଦୋକାନର ତାଲା ଭଙ୍ଗା ଯାଇ ଭିତରେ ଥିବା କମ୍ପ୍ୟୁଟର ଓଜନ କଂଟା,ଏକ ଗ୍ୟାସ ଚୁଲା ସହ ଦୋକାନରେ ଥିବା ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ଜାରକା ବିଟ୍ ହାଇସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଚଳାଇଛି । ସୂଚନା ଥାଉକି ,ଏହି ଜାରକା ଅଂଚଳରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଅଦ୍ୟାବଧି କାହାରିକୁ ଗିରଫ କରାଯାଇପାରି ନହିଁ । ଯାହାକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
