୧୩ତମ ଜାତୀୟ ଚୋକ୍ବଲ୍ ଚମ୍ପିୟାନସିପରେ ଓଡିଶା ପୁରୁଷ ଓ ମହିଳା ଦଳର ଉନ୍ନତ ପ୍ରଦର୍ଶନ
କଟକ : ଉତ୍ତରପ୍ରଦେଶ ଚୋକ୍ବଲ୍ ସଂଘ ଆନୁକୂଲ୍ୟରେ ଗତ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧୩ତମ ଜାତୀୟ ଚୋକ୍ବଲ୍ ଚମ୍ପିୟାନସିପ୍ରେ ଓଡିଶାର ପୁରୁଷ ଓ ମହିଳା ଦଳ ଭାଗ ନେଇ ଉନ୍ନତ ପ୍ରଦର୍ଶନ ପୂର୍ବକ ଗତ ୭ ତାରିଖରେ ଓଡିଶା ଫେରିଥିବା ଜଣାଯାଇଛି । ଓଡିଶା ଚୋକ୍ବଲ୍ ସଂଘର ସଭାପତି କ୍ଷୀରୋଦ କୁମାର ସାହୁ ଓ ସାଧାରଣ ସଂପାଦକ ଅମରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପୁରୁଷ ଦଳରେ ସ୍ୱୟମ କିରଣ ସାହୁ(ଅଧିନାୟକ), ଦେବବ୍ରତ ଶର୍ମା, ଏମଡି ଆତିଫ ଅଲ୍ଲୀ, ବିପିନ ନାୟକ, ପାରଜାନ ରିୟାଜ, ମଧୁସୂଦନ ବେହେରା, ରୋହିତ ଶର୍ମା, ଶାରଦା ପ୍ରସନ୍ନ ସାହୁ, ରାକେଶ ମଲ୍ଲିକ, ଦୀପକ ବେହେରା, ଜୟପ୍ରକାଶ ସ୍ୱାଇଁ, ଶୁଭମ୍ ବେହେରା ଏବଂ ମ୍ୟାନେଜର ବିଶ୍ୱନାଥ ପାଣିଗ୍ରାହୀ ଓ କୋଚ୍ ଏସ କେ ଆସିଫ ରହିଥିଲା ବେଳେ ମହିଳା ଦଳରେ ପ୍ରଭାସିନୀ ଓଝା(ଅଧିନାୟକ), ସୋନାଲି ସାହୁ, ସ୍ୱୟମ୍ପ୍ରଭା ମଲ୍ଲିକ, ପାୟଲ ପ୍ରିୟଦର୍ଶନୀ କବି, ବିଉଟି ନାୟକ, ବର୍ଷା ପ୍ରିୟଦର୍ଶନୀ, ନିହାରିକା ଦାସ, ଶୁଭଦର୍ଶିନୀ ଦାସ, କିରନ ମାଳା ସାହୁ ଏବଂ ମ୍ୟାନେଜର ନମିତା ମଂଜରୀ ସାହୁ ଓ କୋଚ୍ ରଂଜୁଶ୍ରୀ ମହାରଣା ରହିଥିଲେ । ଏହି ପ୍ରତିଯୋଗିତାରେ ୨୪ଟି ରାଜ୍ୟର ପୁରୁଷ ଓ ୧୯ଟି ରାଜ୍ୟର ମହିଳା ଦଳ ଅଂଶ ଗ୍ରହଣ କରିଥିଲେ । ଓଡିଶା ପୁରୁଷ ଦଳ ଝାଡଖଣ୍ଡ ସହିତ ଡ୍ର ଏବଂ ଗୋଆକୁ ଜିତିଥିଲା ବେଳେ ରାଜସ୍ଥାନ ଓ ଉତ୍ତରପ୍ରଦେଶଠାରୁ ହାରିଥିଲା । ସେହିଭଳି ଓଡିଶା ମହିଳା ଦଳ ବିହାର ଠାରୁ ବିଜୟ ଲାଭ କରିଥିଲା ବେଳେ ବେଙ୍ଗଲ ଓ ଉତ୍ତରପ୍ରଦେଶଠାରୁ ହାରିଥିଲା । ତେବେ ଉଭୟ ଦଳ ଉନ୍ନତ ପ୍ରଦର୍ଶନ କରିଥିବାରୁ ସଭାପତି ଓ ସଂପାଦକ ସମସ୍ତଙ୍କ ଧନ୍ୟବାଦ ଜଣାଇଥିଲେ ବୋଲି ଓଡିଶା ଚୋକ୍ବଲ୍ ସଂଘର ଉପସଭାପତି ବାପୁ କାହାଳୀ ସୂଚନା ଦେଇଛନ୍ତି ।
