ଆସିଲା ଖୁସି ଖବର ! ଖୁବଶୀଘ୍ର ଶେଷ ହେବ ବିଶ୍ୱ ମହାମାରୀ କରୋନା : ଡବ୍ଲୁଏଚଓ
FILE PHOTO: World Health Organization (WHO) Director-General Tedros Adhanom Ghebreyesus attends a news conference in Geneva Switzerland July 3, 2020. Fabrice Coffrini/Pool via REUTERS/File Photo
ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଏକ ଖୁସି ଖବର ଆସିଛି। ଖୁବଶୀଘ୍ର ବିଶ୍ୱର ମହାମାରୀ ଶେଷ ହେବ। ଯହାର ଲକ୍ଷଣ ବର୍ତ୍ତମାନ ଦେଖିବାକୁ ମିଳିଛି। କିନ୍ତୁ ଏବେ ବି ଆମକୁ ସତର୍କ ରହିବାକୁ ପଡିବ, ନଚେତ ପୁଣିଥରେ ସ୍ଥିତି ସାଙ୍ଘାତିକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। କୋରୋନା ଭାଇରସର ଅନ୍ତ ହେଉଥିବା ଦୃଶ୍ୟମାନ ହେଉଛି ବୋଲି ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିର୍ଦ୍ଦେଶକ ଟେଡରୋସ ଅଧାନୋମ ଘେବର୍ୟେସସ କହିଛନ୍ତି।
ସବୁଥର ଭଳି ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିର୍ଦ୍ଦେଶକ ଟେଡରୋସ ଅଧାନୋମ ଘେବର୍ୟେସସ କହିଛନ୍ତି, କୋରୋନାକୁ ନଷ୍ଟ କରିବା ପାଇଁ ଏହା ଠାରୁ ଭଲ ସ୍ଥିତି ପାଇ ପାରିବା ନାହିଁ। ସେ କହିଛନ୍ତି, ‘ଜଣା ମାରାଥନ ଧାବକ ତାର ଫିନିସ୍ ଲାଇନ ନ ଛୁଇଁବା ପର୍ଯ୍ୟନ୍ତ ଦୌଡିବା ବନ୍ଦ କରେନାହିଁ। ସେ ନିଜର ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ଅଧିକରୁ ଅଧିକ କୋଠର ପରିଶ୍ରମ କରେ। ଆମକୁ ମଧ୍ୟ ସେମିତି କରିବାକୁ ପଡିବ। ଆମେ ବର୍ତ୍ତମାନ ବିଜୟ ଦୁଆରେ ଅଛୁ। ଖରାପ ସମୟକୁ ଅତିକ୍ରମ କରିବା ପାଇଁ ଆମକୁ ଦୌଡିବାକୁ ପଡିବ।’
ଡବ୍ଲୁଏଚଓ ମୁଖ୍ୟ ସତର୍କ କରି କହିଛନ୍ତି ଯେ, ଯଦି ବିଶ୍ୱ ଏହି ସୁଯୋଗ ଫାଇଦା ନ ଉଠାଏ ତେବେ ଆଗାମୀ ଦିନରେ ରିସ୍କ୍ ବଢିଯିବ। ମହାମାରୀର ଅଧିକ ଭ୍ୟାରିଆଣ୍ଟ ସୃଷ୍ଟି ହେବ, ସ୍ଥିତି ବିଗିଡି ଯିବ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ସେଭଳି ହେବ। କୋରୋନାକୁ ସମୁଳେ ନଷ୍ଟ କରିବା ପାଇଁ ଡବ୍ଲୁଏଚଓ ଛଅଟି ସର୍ଟ ପଲିସି ପ୍ରସ୍ତୁତ କରିଛି। ଯହାକୁ କାର୍ଯ୍ୟକାରୀ କରି ବର୍ତ୍ତମାନ ସମସ୍ତ ସରକାର ରେସକୁ ଫିନିସ କରିପାରିବେ ବୋଲି ଟେଡ଼ର୍ସ ଆଧାନମ ଘେବ୍ରେୟେସୁସ ସୂଚନା ଦେଇଛନ୍ତି।
ଗତ ୩୨ ମାସର ଅଭିଜ୍ଞତା ଓ ପ୍ରମାଣକୁ ଆଧାର କରି ଡବ୍ଲୁଏଚଓ ଛଅଟି ସର୍ଟ ପଲିସି ପ୍ରସ୍ତୁତ କରିଛି। ଯେଉଁଥିରେ ସଂକ୍ଷିପ୍ତ ଭାବେ କୁହାଯାଇଛି ଯେ, କେଉଁ ବୃତ୍ତି ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଉପଯୁକ୍ତ, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କିଭଳି ସୁରକ୍ଷା ଦିଆଯିବ, କିଭଳି ସାମାଜିକ ଓ ଆର୍ଥିକସ୍ଥିତି ବ୍ୟାଘାତ ନକରିବା। ତେବେ ଏହି ପଲିସି ଗୁଡିକୁ ଗୁରୁତ୍ୱ ଦେଇ ସରକାରମାନେ କାମ କଲେ ଆଗାମୀ ଦିନରେ ଆସିବାକୁ ଥିବା ସଙ୍କଟରୁ ସହଜରେ ବିଶ୍ୱ ଉଦ୍ଧାର ହୋଇପାରିବ। କୋରୋନା ଟିକାକରଣ, ଟେଷ୍ଟିଂ ଓ ଚିକିତ୍ସା ପଦ୍ଧତିକୁ ନେଇ ଉପଲବ୍ଧ ତଥ୍ୟ ଆଧାରରେ ଡବ୍ଲୁଏଚଓ ସର୍ଟ ପଲିସି ପ୍ରସ୍ତୁତ କରିଛି।
ତେବେ ତୃଣମୂଳ ସ୍ତରରେ ଯୋଗାଣ, ଯନ୍ତ୍ରପାତି ଓ ଅଧିକ ସ୍ୱାସ୍ଥ୍ୟକର୍ମୀ ସୁନିଶ୍ଚିତ କରିବାକୁ ଡବ୍ଲୁଏଚଓ ସମସ୍ତ ଦେଶକୁ ପରାମର୍ଶ ଦେଇଛି। ପଲିସିରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଦେବା ସହ ମିଥ୍ୟା ଖରବର ଯାଞ୍ଚ ପ୍ରକ୍ରିୟା ବିଷୟରେ ଅବଗତ କରାଇବା ଆବଶ୍ୟକ ବୋଲି କୁହାଯାଇଛି। ଏହା ବ୍ୟତୀତ ସେମାନଙ୍କୁ ଉଚ୍ଚମାନର ସୂଚନା ସାମଗ୍ରୀ ପଦାନ କରାଯାଉ ବୋଲି ଡବ୍ଲୁଏଚଓ କହିଛି। ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି ଯେ, ଗତ ୨୦୧୯ ମସିହାକୁ ଜାତିସଙ୍ଘର ସ୍ୱାସ୍ଥ୍ୟ ସଂସ୍ଥା କୋରୋନା ବିରୋଧି ଲଢେଇରେ ସାମିଲ ଅଛି। ସେ ଯେଉଁ ପର୍ଯ୍ୟନ୍ତ ପ୍ରକୃତରେ ଶେଷ ହୋଇନାହିଁ ଯଦ୍ଧ ଜାରି ରହିବ। ଆମେ ମିଳିତ ଭାବେ କୋରୋନାକୁ ସମୂଳେ ନାଶ କରିପାରିବା। କିନ୍ତୁ ଏଥିପାଇଁ ସମସ୍ତ ଦେଶ, ଉତ୍ପାଦକ, ସମାଜ ଓ ବ୍ୟକ୍ତିଙ୍କ ସହଯୋଗ ମଧ୍ୟ ଜରୁରୀ ଅଟେ।
ଡବ୍ଲୁଏଚଓର ଟେକନିକାଲ ଟିମ ମୁଖ୍ୟ ଡାକ୍ତର ମାରିଆ ଭ୍ୟାନ ଖେରକୋଭ୍ କହିଛନ୍ତି ଯେ, ଏବେ ମଧ୍ୟ କୋରୋନା ସଂକ୍ରମଣ ହେଉଛି। ଯାହାକୁ ଅଣଦେଖା କରାଯାଇ ପାରିବ ନାହିଁ। ଭବିଷ୍ୟତରେ ଆହୁରି ଏକାଧିକ ଭ୍ୟାରିଆଣ୍ଟ ସୃଷ୍ଟି ହେବାର ସମ୍ଭାବନା ଅଛି। କାରଣ ବର୍ତ୍ତମାନର ପରିସ୍ଥିତି ଭୂତାଣୁକୁ ମ୍ୟୁଟେଟ କରିବା ଓ ବ୍ୟାପୀବା ପାଇଁ ଉପକୂଳ ପରିବେଶ ଯୋଗାଇବ। ତେବେ ସେତେବେ ବେଳେ ତାହାକୁ ୱଭ୍ ବା ଲହର କୁହାଯିବ ନାହିଁ। ଆଉ ମୃତ୍ୟୁ ହାର ମଧ୍ୟ ଯଥେଷ୍ଟ କମ କରିବ। ଏହାର କାରଣ ହେଉଛି କୋରୋନା ଟିକାକରଣ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହେବା।
