ଖୁସି ଖବର! କେନ୍ଦ୍ର ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା, ବର୍ଷକୁ ମିଳିବ ୬୦,୦୦୦ ଟଙ୍କା, ଜାଣନ୍ତୁ କିପରି?
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ର ଯୋଜନା ପରିଚାଳିତ ହେଉଛି । ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବୁ, ଯେଉଁଥିରେ ସରକାର ଆପଣଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ଦିଅନ୍ତି । ଏହି ଟଙ୍କା ଆପଣଙ୍କ ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିବ । ଅନେକ ଯୋଜନା ମାଧ୍ୟମରେ ସରକାର ଆପଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତି ।
ଏହି ସରକାରୀ ଯୋଜନାର ନାମ ହେଉଛି ଅଟଳ ପେନସନ୍ ଯୋଜନା। ଏଥିରେ ଆପଣଙ୍କୁ ସରକାର ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପେନସନ୍ ରାଶି ପ୍ରଦାନ କରନ୍ତି । ଏଥିରେ ସରକାର ନାଗରିକମାନଙ୍କୁ ପ୍ରତିମାସରେ ୧୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରଦାନ କରନ୍ତି । ୧୮ ରୁ ୪୦ ବର୍ଷ ବୟସର ଯେକୌଣସି ଭାରତୀୟ ନାଗରିକ, ବିଶେଷକରି ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏହି ଯୋଜନାରେ ନିବେଶ କରି ପେନସନର ଲାଭ ଉଠାଇ ପାରିବେ । ଏହି ଯୋଜନା ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ପରିଚାଳିତ ହେଉଛି ।
ଏହି ଯୋଜନାରେ ନାଗରିକମାନଙ୍କୁ ପ୍ରତି ମାସରେ ପ୍ରିମିୟମ ରାଶି ଦେବାକୁ ପଡ଼ିଥାଏ । ଯଦି ଆବେଦନକାରୀଙ୍କୁ ୧୮ ବର୍ଷ ବୟସ ହୁଏ, ତେବେ ତାଙ୍କୁ ପ୍ରତି ମାସରେ ୨୧୦ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହା ବ୍ୟତୀତ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ୍ ପାଇବାକୁ ହେଲେ ୧୮ ବର୍ଷ ବୟସରେ କେବଳ ୪୨ ଟଙ୍କା ଦେବାକୁ ପଡ଼ିବ । ଏଠାରେ କହି ରଖୁଛୁ ଯେ, ଯଦି କୌଣସି କାରଣରୁ ବ୍ୟକ୍ତିଙ୍କ ୬୦ ବର୍ଷ ବୟସ ପୂର୍ବରୁ ମୃତ୍ୟୁ ହୋଇଯାଏ, ତେବେ ଏହି ଅଟଳ ପେନସନ୍ ଯୋଜନାର ଅର୍ଥ ଲାଭାର୍ଥୀଙ୍କ ମନୋନୀତ ସଦସ୍ୟଙ୍କୁ ଦିଆଯିବ ।
ଅଟଳ ପେନସନ୍ ଯୋଜନାରେ ନିଜର ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ସେହି ବ୍ୟାଙ୍କକୁ ଯିବାକୁ ପଡିବ ଯେଉଁଠାରେ ଆପଣଙ୍କର ସଞ୍ଚୟ ଆକାଉଣ୍ଟ ଅଛି ଓ ସେଠାରେ ଯାଇ ଏପିୱାଇ ପଞ୍ଜୀକରଣ ଫର୍ମ ପୂରଣ କରନ୍ତୁ । ଏହା ସହିତ ଆଧାର ଓ ମୋବାଇଲ୍ ନମ୍ବର ମଧ୍ୟ ଦେବାକୁ ପଡିବ । ଏହା ପରେ ସେହି ବ୍ୟାଙ୍କ ଆକାଉଣ୍ଟରୁ ଆପଣଙ୍କ କିସ୍ତି ପ୍ରତି ମାସରେ ସ୍ୱୟଂଚାଳିତ ଭାବରେ କଟାଯିବ ।
