ଖୁସି ଖବର! ୧୦ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କ ପାଇଁ ପୋଷ୍ଟ ଅଫିସ ନେଇଆସିଛି ଏକ ନୂଆ ସ୍କିମ ? ପାଠ ପଢା ବାବଦକୁ ଏଣିକି ମାସକୁ ମିଳିବ ଟଙ୍କା, ତେବେ ଜାଣନ୍ତୁ କେମିତି ପାଇବେ
ନୂଆଦିଲ୍ଲୀ : ପୋଷ୍ଟ ଅଫିସ ନିଜର ଗ୍ରାହକ ମାନଙ୍କ ପାଇଁ ସର୍ବଦା ଅନେକ ଲାଭଦାୟକ ଯୋଜନା ଲାଗୁ କରିଥାଏ। ପୋଷ୍ଟ ଅଫିସରେ ସବୁ ବର୍ଗର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ଏହି ପୋଷ୍ଟ ଅଫିସରେ ଜଣେ ସମ୍ପୁର୍ଣ୍ଣ ନିରାପଦ ଭାବରେ ପୁଞ୍ଜି ବିନିଯୋଗ କରିପାରିବ।ଯଦି ଆପଣ କୌଣସି ବ୍ୟାଙ୍କରେ ଭଲ ଓ ସୁରକ୍ଷିତ ସ୍କୀମ ଦେଖି ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ଆଣି ଦେଇଛି ଏକ ଭଲ ସୁଯୋଗ। ତେବେ ଆପଣ ଜାଣି ଖୁସି ହେବେ କି ପୋଷ୍ଟ ଅଫିସ ତରଫରୁ ୧୦ ବର୍ଷରୁ ଉର୍ଦ୍ଧ୍ବ ପିଲା ମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ।
ପୋଷ୍ଟ ଅଫିସ ତରଫରୁ ଆସିଥିବା ସୂଚନା ଅନୁଯାୟୀ, ଯଦି ଆପଣ ସେଥିରେ ଏକାଉଣ୍ଟ୍ ଖୋଲି ଅଳ୍ପ ଅର୍ଥ ରାଶି ବିନିଯୋଗ କରିବେ ତେବେ ଏହାର ବହୁତ କିଛି ଲାଭ ଉଠାଇ ପାରିବେ। ତେବେ ଆଜି ଆମେ ସେହି ସବୁ ସୁବିଧା ବିଷୟରେ ଜଣାଇବା ପାଇଁ ଯାଉଛୁ। ଯାହା ଜାଣିବା ଦ୍ୱାରା ଆପଣ ମଧ୍ୟ ଏହାର ଲାଭ ଉଠାଇ ପାରିବେ।
ପୋଷ୍ଟ ଅଫିସର ଆସିଥିବା ନୂଆ ଯୋଜନା ଅନୁସାରେ ୧୦ ବର୍ଷରୁ ଉର୍ଦ୍ଧ୍ବ ଅର୍ଥାତ୍ ୧୦ ବର୍ଷର ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ଅଟେ। ତେବେ ଏହି ସବୁ ସୁବିଧାର ଲାଭ ପାଇବାକୁ ଚାହୁଁଥିଲେ ସର୍ବ ପ୍ରଥମେ ପୋଷ୍ଟ ଅଫିସରେ ଏକ ଏକାଉଣ୍ଟ୍ ଖୋଲିବା ପାଇଁ ପଡିବ।ତେବେ ଆପଣଙ୍କ ଖାତାରେ ଅତି କମରେ ୧୦୦୦ ଟଙ୍କା ରହିବା ଆବଶ୍ୟକ ଅଟେ।
ତେବେ ଆପଣଙ୍କ ଏକାଉଣ୍ଟରେ ପ୍ରତିଦିନ ୨ଟଙ୍କା ଲେଖାଏଁ ଅର୍ଥ ରାଶି ଜମା କରିବାକୁ ପଡ଼ିବ। ତେବେ ଆପଣଙ୍କ ଜମାର ମାସିକ ୬.୬ ପ୍ରତିଶତ ସୁଧହାରରେ ସୁଧ ମିଳିବ। ତେବେ ଯଦି ଆପଣ ପ୍ରତି ଦିନ ୨ ଟଙ୍କା ଲେଖାଏଁ ଜମା କରିବ ତେବେ ମାସିକ ଦେୟ ବାବଦକୁ ମାତ୍ର ୬୦ ଟଙ୍କା ଦେବାକୁ ପଡିବ। ଏବଂ ବାର୍ଷିକ ଦେୟ ବାବଦକୁ ମାତ୍ର ୭୨୦ ଟଙ୍କା ଦେବାକୁ ପଡିବ। ବାର୍ଷିକ ମାତ୍ର ୭୨୦ ଟଙ୍କା ଜମା କରି ଆପଣ ବହୁତ କିଛି ଲାଭ ପାଇ ପାରିବେ।
୧୦ ବର୍ଷରୁ ଉର୍ଦ୍ଧ୍ବ ପିଲାମାନଙ୍କ ଖାତାରେ ୧୦୦୦ ଟଙ୍କା ରହିଥିଲେ ସେମାନଙ୍କୁ ସମୁଦାୟ ୧୧୦୦ ଟଙ୍କା ଲେଖାଏଁ ମିଳିବ। ଏହା ପିଲା ମାନଙ୍କ ପାଠ ପଢିବା ପାଇଁ ସାହାଯ୍ୟ କରିବ ବୋଲି କୁହା ଯାଉଛି। ତେବେ ଯଦି ଆପଣଙ୍କ ଏକାଉଣ୍ଟରେ ୩ ଲକ୍ଷ ୫୦ ହଜାର ଟଙ୍କା ରହିଥାଏ ତେବେ ଆପଣଙ୍କୁ ମାସିକ ୧୯୫୦ ଟଙ୍କା ଲେଖାଏଁ ସୁଧ ମିଳିବ।
ଏହା କେବଳ ୧୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକମାନଙ୍କ ପାଇଁ ନୁହେଁ ବରଂ ଏହାଠୁ ଯଦି କମ ବୟସର ପିଲା ଏକାଉଣ୍ଟ୍ ଖୋଲିବା ପାଇଁ ଚାହାଁନ୍ତି ତେବେ ନିଜ ବାବା ମାଙ୍କ ସହିତ ନିଜର ଜଏଣ୍ଟ ଏକାଉଣ୍ଟ୍ ଖୋଲି ଏହାର ଫାଇଦା ପାଇ ପାରିବେ।
