ଚାଷୀଙ୍କ ପାଇଁ ଖୁସି ଖବର : ୧୭ ଖରିଫ ଫସଲର ଏମ୍ଏସ୍ପି ବଢ଼ିଲା
Concept of MSP or Minimum support price of Wooden blocks on pile of wheet grains on isolated background
ଧାନର ଏମ୍ଏସ୍ପି କ୍ୱିଂଟାଲ ପିଛା ୧୦୦ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: ଚାଷୀ ଭାଇଙ୍କ ପାଇଁ ଖୁସି ଖବର । ୨୦୨୨-୨୩ ବର୍ଷ ପାଇଁ ବଢ଼ିଲା ୧୭ ଖରିଫ ଫସଲର ଏମଏସପି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ ଏଫେୟାର୍ସ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ୨୦୨୨-୨୩ ପାଇଁ ଖରିଫର ୧୪ ଫସଲର ସବ୍ ଭ୍ୟାରିଏଂଟ ସହ ମୋଟ ୧୭ ଫସଲର ଏମ୍ଏସ୍ପିର ଅନୁମୋଦନ କରାଯାଇଛି ।
ଆର୍ôଥକ ବ୍ୟାପାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ୨୦୨୨-୨୩ ଶସ୍ୟ ବର୍ଷ ପାଇଁ ଖରିଫ ଅମଳ ବାବଦକୁ ଏମଏସପି ବୃଦ୍ଧି ଲାଗି ମଞ୍ଜୁର ହୋଇଥିଲା । ଆଜିର କ୍ୟାବିନେଟ ବୈଠକରେ ୧୪ଟି ଶସ୍ୟର ଏମଏସପି ବୃଦ୍ଧି ପାଇଁ ମଞ୍ଜୁର ହୋଇଥିଲା । ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ସାଧାରଣ ମାନର ବିଭିନ୍ନ ପ୍ରକାର ଶସ୍ୟର କୁଇଂଟାଲ ପିଛା ୨,୦୪୦ ବୃଦ୍ଧି କରାଯାଇଛି । ଯାହା ଗତ ବର୍ଷ ୧୯୪୦ ଟଙ୍କା ଥିଲା । ସେହିପରି ଏ ଗ୍ରେଡର ଶସ୍ୟର ମୂଲ୍ୟ କୁଇଂଟାଲ ପିଛା ୧୯୬୦ରୁ ୨୦୬୦କୁ ବୃଦ୍ଧି କରାଯାଇଛି । ଖରାଦିନିଆ ଅମଳ ହେଉଥିବା ଶସ୍ୟ ହେଉଛି ଜୀବନଧାରଣର ପ୍ରମୁଖ ଶସ୍ୟ । ଯାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେପଟେ ଚଳିତ ବର୍ଷ ଜୁନରୁ ସେପ୍େଟମ୍ବର ମାସରେ ସ୍ୱାଭାବିକ୍? ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଜିର ବୈଠକରେ ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷ ସମ୍ପର୍କିତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ ମୋଦି ସରକାରଙ୍କ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ହୋଇଥିଲା ।
ସୋୟାବିନ୍ ମୂଲ୍ୟ କ୍ୱିଂଟାଲ ପ୍ରତି ୧୭୯୩ ଟଙ୍କା, ଏ ଗ୍ରେଡ୍? ଧାନ ମୂଲ୍ୟ ୧୦୦ ଟଙ୍କା, ସାଧାରଣ ଧାନ ୧୦୦ ଟଙ୍କା, ମୁଗ ୪୮୦ ଟଙ୍କା, ବିରି ୩୦୦ ଟଙ୍କା, ରାଶି ୫୨୩ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି ୩୮୫ ଟଙ୍କା, କଟନ୍ ୩୫୪ ଟଙ୍କା, ଅଳସୀ ୩୫୭ ଟଙ୍କା, ମଟର ୩୦୦ ଟଙ୍କା, ଚିନାବାଦାମ ୩୦୦ଟଙ୍କା, ହାଇବ୍ରିଡ୍ ବାଜରା ୨୩୨ ଟଙ୍କା, ସାଧାରଣ ବାଜରା ୨୩୨ ଟଙ୍କା, ମାଣ୍ଡିଆ ୨୦୧ ଟଙ୍କା, ମକା ୯୨ ଟଙ୍କା ବୃଦ୍ଧି ପାଇଛି ।
