ଇପିଏଫଓ ଖାତାଧାରୀଙ୍କ ପାଇଁ ଖୁସି ଖବର : ଆକାଉଣ୍ଟରେ ଆସିଲା ପିଏଫ ସୁଧ ଟଙ୍କା, ଏହିପରି ଚେକ୍ କରନ୍ତୁ
ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (ଇପିଏଫଓ)ର ୨୨.୫୫ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ପିଏଫ ଖାତାଧାରୀଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର ହୋଇଯାଇଛି । ଇପିଏଫଓ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ୨୨.୫୫ କୋଟି ଗ୍ରାହକଙ୍କ ଆକାଉଣ୍ଟରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮.୫ ପ୍ରତିଶତ ସୁଧ ରାଶି ଜମା ହୋଇସାରିଛି ।
ଇପିଏଫଓ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮.୫ ପ୍ରତିଶତ ସୁଧ ହାର ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି । ଏହି ସୁଧ ହାର ଗତ ୭ ବର୍ଷ ମଧ୍ୟରେ ସର୍ବନିମ୍ନ ଅଟେ । ଗତ ଆର୍ଥିକ ବର୍ଷରେ ମଧ୍ୟ ସୁଧ ସମାନ ଥିଲା । ୨୦୧୯ ମସିହାରେ ଇପିଏଫରେ ୮.୬୫ ପ୍ରତିଶତ ସୁଧ ଉପଲବ୍ଧ ଥିଲା ଓ ଏହା ପୂର୍ବରୁ ୨୦୧୮ରେ ୮.୫୫ ପ୍ରତିଶତ ସୁଧ ଦିଆଯାଇଥିଲା ।
ଏଠାରେ କହିରଖୁଛୁ ଯେ ଗତ ଆର୍ଥିକ ବର୍ଷରେ ୨୦୧୯-୨୦ କେୱାଇସିରେ ବ୍ୟାଘାତ ଯୋଗୁଁ ଅନେକ ଲୋକଙ୍କୁ ସୁଧ ପାଇବା ପାଇଁ ୮-୧୦ ମାସ ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା ।
ମିସ୍ କଲ କରି ବାଲାନ୍ସ ଜାଣନ୍ତୁ :
ପିଏଫ ଟଙ୍କା ଯାଞ୍ଚ କରିବାକୁ, ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ କଲ ଦେବାକୁ ପଡିବ । ଏହା ପରେ, ଆପଣ ଇପିଏଫଓର ଏସଏମଏସ ମାଧ୍ୟମରେ ପିଏଫର ବିବରଣୀ ପାଇବେ । ଏଠାରେ ମଧ୍ୟ ଆପଣଙ୍କର ୟୁଏଏନ, ପାନ ଓ ଆଧାର ସହ ଲିଙ୍କ୍ ହେବା ଆବଶ୍ୟକ ।
ଏସଏମଏସ ମାଧ୍ୟମରେ ଜାଣନ୍ତୁ ବାଲାନ୍ସ :
ଯଦି ଆପଣଙ୍କର ୟୁଏଏନ ନମ୍ବର ଇପିଏଫଓ ସହିତ ପଞ୍ଜିକୃତ ହୋଇଛି, ତେବେ ଆପଣଙ୍କର ପିଏଫ ବାଲାନ୍ସ ବିଷୟରେ ସୂଚନା ମେସେଜ ମାଧ୍ୟମରେ ମିଳିଯିବ । ଏଥିପାଇଁ ଆପଣଙ୍କୁ ୭୭୩୮୨୯୯୮୯୯ ନମ୍ୱରରେ ଇପିଏଫଓଏଚଓ ଲେଖି ପଠାଇବାକୁ ପଡିବ । ଆପଣଙ୍କର ପିଏଫ ସୂଚନା ମେସେଜ ମାଧ୍ୟମରେ ମିଳିଯିବ ।
ଯଦି ଆପଣ ହିନ୍ଦୀ ଭାଷାରେ ସୂଚନା ଚାହୁଁଛନ୍ତି, ତେବେ ଆପଣଙ୍କୁ ଇପିଏଫଓଏଚଓ ୟୁଏଏନ ଲେଖି ଏହାକୁ ପଠାଇବାକୁ ପଡିବ । ପିଏଫ ବାଲାନ୍ସ ଜାଣିବା ପାଇଁ ଏହି ସେବା ଇଂରାଜୀ, ପଞ୍ଜାବୀ, ମରାଠୀ, ହିନ୍ଦୀ, କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ବଙ୍ଗାଳୀରେ ଉପଲବ୍ଧ ରହିଛି । ପିଏଫ ବାଲାନ୍ସ ପାଇଁ ଏହା ଆବଶ୍ୟକ ଯେ ଆପଣଙ୍କର ୟୁଏଏନ, ବ୍ୟାଙ୍କ ଆକାଉଣ୍ଟ୍, ପାନ୍ ଏବଂ ଆଧାର ସହିତ ଲିଙ୍କ୍ ହେବା ଜରୁରୀ ।