କେଦାରନାଥ ଧାମ ଯାଉଥିବା ଭକ୍ତଙ୍କ ପାଇଁ ଖୁସିଖବର ! ଘଣ୍ଟା ଘଣ୍ଟାର ରାସ୍ତା ଏବେ ମିନିଟରେ ହେବ ପୂରଣ
ଆଜିଠାରୁ ଆରମ୍ଭ ହେବ ହେଲିକପ୍ଟର ପାଇଁ ବୁକିଂ
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଧାମ କେବେ ଖୋଲିବ, ସେନେଇ ତାରିଖ ଘୋଷଣା ହୋଇସାରିଛି । ଗତ ବର୍ଷର ମହାଶିବରାତ୍ରି ଅବସରରେ ଉଖୀମଠରେ ପରମ୍ପରାଗତ ପୂଜାର୍ଚ୍ଚନା ହେବା ପରେ ପଞ୍ଚାଙ୍ଗ ଗଣନା ହେବା ସହିତ କେଦାରନାଥ ମନ୍ଦିରର ଦ୍ୱାର କେବେ ଖୋଲାଯିବ ସେନେଇ ମୁହୂର୍ତ୍ତ ନିର୍ଘଣ୍ଟ ହୋଇଛି । ଆସନ୍ତା ଏପ୍ରିଲ ମାସ ୨୫ ତାରିଖ ଦିନ କେଦାରନାଥ ପୀଠ ଖୋଲିବ । ସକାଳ ୬ଟା ବାଜି ୨୦ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । କେଦାରନାଥ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ ଶୀଘ୍ର ଆପଣ ହେଲିକପ୍ଟର ଯୋଗେ କେଦାରନାଥ ଯାତ୍ରା କରିବାକୁ ସମର୍ଥ ହେବେ। ଆଇଆରସିଟିସି ଶୀଘ୍ର ଏହାର ବୁକିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ତେବେ କେଦାରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଏପ୍ରିଲ ୨୫ ରୁ ଆରମ୍ଭ ହେବାକୁ ଯାଉଛି । ଅର୍ଥାତ୍ ଏହି ଦିନଠାରୁ ଭକ୍ତମାନଙ୍କ ପାଇଁ ହେଲିକପ୍ଟର ସେବା ଆରମ୍ଭ ହେବ। ଯାତ୍ରୀମାନେ ଏହାକୁ ଆଇଆରସିଟିସିର ଅଫିସିଆଲ୍ ୱେବସାଇଟରୁ ବୁକ୍ କରିପାରିବେ ।
ଖବର ଅନୁଯାୟୀ, ହେଲିକପ୍ଟର ସେବାର ପରୀକ୍ଷା ପ୍ରକ୍ରିୟା ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଛି । ଆଜିଠାରୁ ହେଲିକପ୍ଟର ପାଇଁ ବୁକିଂ ଆରମ୍ଭ ହେବ। ଗତ ମାସରେ ଫେବୃଆରୀ ମାସରେ କେଦାରନାଥ ପରିଦର୍ଶନ କରିବାକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ହେଲିକପ୍ଟର ସେବା ଆରମ୍ଭ କରିବାକୁ ଡିଜିସିଏ ଏକ ସର୍କୁଲାର ଜାରି କରିଥିଲା। ଏହା ସହିତ ସର୍କୁଲାର ଜାରି କରିବାବେଳେ ଡିଜିସିଏ ଦ୍ୱାରା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ମଧ୍ୟ ଦିଆଯାଇଛି। ଯାତ୍ରୀମାନଙ୍କ ପାଇଁ ହେଲିକପ୍ଟର ସେବା ଆରମ୍ଭ କରିବା ପାଇଁ ଆଇଆରସିଟିସି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ ସହିତ ୫ ବର୍ଷ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର କରିଛି।
